Pratidin TV

Odisha's Digital News Platform

ଭାରତରେ ଘୋଷଣା ହେଲା ବାୟୋଟେକ୍ ନାଜାଲ ଭ୍ୟାକ୍ସିନ୍‌ର ମୂଲ୍ୟ , ଜାଣନ୍ତୁ କେତେ ଟଙ୍କାରେ ନେଇପାରିବେ ଆପଣ ..

1 min read

ନୂଆଦିଲ୍ଲୀ : ଚୀନ ସହ ଅନ୍ୟ ୫ ଟି ଦେଶରେ କରୋନାର ପ୍ରଳୟଙ୍କାରି ପ୍ରକୋପ ଦେଖି ଭାରତନିଜ ଦେଶରେ ଆଗୁଆ ସତର୍କ ଘଣ୍ଟି ବଜାଇଦେଇଛି । କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଦିଆଯିବା ସହ ନାଜଲ ଭ୍ୟାକସିନ୍‌କୁ ଅନୁମତି ମିଳିସାରିଛି । ଏହାସହ ଟିକାର ବୁଷ୍ଟର ଡୋଜ୍ ନେବାକୁ ଦେଶବାସୀଙ୍କୁ ଆଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ୍ ‘ଇନ୍କୋଭାକ୍’କୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ ନିକଟରେ ଅନୁମତି ମିଳିବା ପରେ ଖୁବଶୀଘ୍ର ଦର ନିର୍ଦ୍ଧାରଣ ହେବ ବୋଲି ସୂଚନା ମିଳିଥିଲା।

ଆଜି ସରକାର ଏହାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି।ଏହାସହ ଇନକୋଭାସ୍ କୁ କୋଓି୍ୱନ ପ୍ଲାଟଫର୍ମରେରେ ମଧ୍ୟ ଉପଲବ୍‌ଧ କରାଯାଇଛି ।ଭାରତ ସରକାରଙ୍କ ଅନୂଯାୟୀ ଏହି ଟିକାକୁ ଘରୋଇ ଡାକ୍ତରଖାନାଗୁଡିକରେ ୮୦୦ ଟଙ୍କା ରଖାଯାଇଛି । ଏହା ବ୍ୟତୀତ ପାଂଚ ପ୍ରତିଶତ ଜିଏସ୍ଟି ମଧ୍ୟ ଦେବାକୁ ପଡିବ । ରିପୋର୍ଟ ଅନୁଯାୟୀ, ଜିଏସ୍‌ଟି ଏବଂ ହସ୍ପିଟାଲ ଚାର୍ଜ ସମେତ ଏହା ୧୦୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ଅନ୍ୟପଟେ ସରକାରୀ ଡାକ୍ତରଖାନାଗୁଡ଼ିକରେ ଏହି ଟିକା ମୂଲ୍ୟ ୩୨୫ ଟଙ୍କା ହେବ । ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ। ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର ୨ ବୁନ୍ଦା ନାକରେ ପକାଯିବ। ଆଇଏମଏ ସେକ୍ରେଟାରୀ ଅନିଲ ଗୋୟଲଙ୍କ କହିବା ମୁତାବକ, ଏହି ନାଜାଲ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବୀ। ଏହାକୁ ସହଜରେ ଲୋକେ ଗ୍ରହଣ କରିପାରିବେ।

Advertisement

ଭାରତ ବାୟୋଟେକ୍ ର ଇଂଟ୍ରାନାସାଲ୍ ଟିକା ସଘଉଙଠଇଉଉ କେବଳ ଗତ ସପ୍ତାହରେ କରୋନା ଟୀକାକରଣ କାର‌୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । ବିଶ୍ୱରେ କୋଭିଡ ମହାମାରୀ ପୁଣିଥରେ ଭୟ ସୃଷ୍ଟି କରିଥିବାବେଳେ ନାଜାଲ ଭାକ୍ସିନକୁ ଭାରତ ସରକାର ନିକଟରେ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହା ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ । ଇଞ୍ଜେକଶନରେ ଦିଆଯାଉଥିବା ଭାକ୍ସିନ ତୁଳନାରେ ନାଜାଲ ଭାକ୍ସିନ ଭଲ ବୋଲି ବିବେଚନା କରାଯାଉଛି । ଇଞ୍ଜେକ୍‌ଶନରେ ଟିକା ନେବାକୁ ଭୟ କରୁଥିବା ଲୋକଙ୍କ ପାଇଁ ନାଜାଲ ଭାକ୍ସିନ ସହାୟକ ହେବ । ଏହାକୁ ଗଚ୍ଛିତ ରଖିବା ଓ ବଂଟନ କରିବା ସହ । ଏହି ଟିକା ନଷ୍ଟ ହେବା ସମ୍ଭାବନା କମ । ଭୂତାଣୁର ପ୍ରବେଶ ପଥ ନାକରେ ଟିକା ଦିଆଯାଉଥିବାରୁ ଏହା ଉପଯୁକ୍ତ ସୁରକ୍ଷା ଯୋଗାଇପାରିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *