Pratidin TV

Odisha's Digital News Platform

ଅଫିସରେ ଭୁଲରେ ବି କରନ୍ତୁ ନାହିଁ ଏହି ୮ ଟି କାମ ; ହାନି ହେବ ଆତ୍ମସମ୍ମାନ , ପ୍ରୋଫେସନାଲ ଲାଇଫ୍‌ରେ ପଡିବ ପ୍ରଭାବ….

1 min read

ସାଧାରଣତ ଆଜିକାଲି କର୍ପୋରେଟ୍ ସେକ୍ଟରରେ କର୍ମଚାରୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସେଥିରେ କର୍ମଚାରୀମାନଙ୍କୁ ନିଜର ଅଧିକାଂଶ ସମୟ ଅଫିସରେ ବିତାଇବାକୁ ପଡିଥାଏ । ଏହା ସହ ନିଜ ପ୍ରୋଫେସନାଲ ଓ ପର୍ସନାଲ ଲାଇଫ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିଥାଏ । କିନ୍ତୁ ଏସବୁ ଭିତରେ ଅଧିକାଂଶ କର୍ମଚାରୀ ସନ୍ତୁଳନ ରକ୍ଷା କରିପାରନ୍ତି ନାହିଁ ଯାହା ଦ୍ୱାରା ତାଙ୍କ ନିତିଦିନ ଜୀବନ ଚିଡିଚିଡା ହେବା ସହ କର୍ମକ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡିଥାଏ ।

ଏହି କର୍ପୋରେଟ୍ ସଂସ୍ଥା ଗୁଡିକରେ ନିଜ କାର୍ଯ୍ୟ କ୍ଷମତା ,ସହନଶୀଳତା ଓ ପ୍ରଫେସନାଲ ଲାଇଫ୍ କୁ ନିଖୂଣ ଭାବେ ବଜାୟ ରଖିବାକୁ ପଡେ ନଚେତ୍ ଏହା ଆପଣଙ୍କ ଆତ୍ମ ସମ୍ମାନ ଉପରେ ପ୍ରଭାବ ପକାଇଥାଏ । ଆଜି ଆମେ ଏଭଳି କିଛି ଟିପ୍ସ କହିବୁ ଯାହାକୁ କର୍ପୋରେଟ୍ କର୍ମଚାରୀମାନେ ଅବଶ୍ୟ ମାନିବା ଦରକାର …

Advertisement

୧ .ସହ କର୍ମୀମାନଙ୍କୁ ନିଜ ବ୍ୟାକ୍‌ତିଗତ କଥା କୁହନ୍ତୁ ନାହିଁ
୨ .ସର୍ବଦା ଅଫିସ ସମୟରେ ପହଞ୍ଚନ୍ତୁ , ମିଟିଂ ଟାଇମ୍‌ରେ ଆଟେଣ୍ଡ କରନ୍ତୁ ।
୩. ଅଫିସରେ ସର୍ବଦା ଅନ୍ୟ ଲୋକଙ୍କର ନାଁରେ ଅଭିଯୋଗ କରିବାରୁ ନିବୃତ୍ତ ରୁହନ୍ତୁ । ଏମିତି ଲୋକଙ୍କୁ କେହି ବି ବ୍ୟକ୍ତି ପସନ୍ଦ କରନ୍ତି ନାହିଁ ।
୪ .ନିଜ କାମ ଠିକ୍ ସମୟରେ ସାରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ଅଫିସରେ କୌଣସି ଡେଡ୍ଲାଇନ୍ ଦିଆଯାଇଛି ତ ଚେଷ୍ଟା କରନ୍ତୁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଏହାକୁ ଶେଷ କରନ୍ତୁ ।
୫ .ଆପଣଙ୍କ ଏଚ୍ ଆର କହୁଥିବା କଥାକୁ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ ।
୬ .ନିଜ ଆଇଡିଆକୁ ନିଜ ସହକର୍ମିଙ୍କ ସହ ବାଣ୍ଟନ୍ତୁ ନାହିଁ ।
୭ .ବେଳେ ବେଳେ ଆମେ ଗୋଟେ କମ୍ପାନୀରୁ ଅନ୍ୟ କମ୍ପାନୀକୁ ଯାଇଥାଉ । କିନ୍ତୁ ନୂଆ ଅଫିସରେ ଜଏନ୍ କରିବା ଓ ସେଠିକାର କର୍ମଚାରୀଙ୍କ ସହ ଶୀଘ୍ର ମିଶିବା ଚକ୍କରରେ ଆମେ ପୁରୁଣା ଅଫିସ ବିଷୟରେ ସେମାନଙ୍କ ଆଗରେ କହିଥାଉ । କିନ୍ତୁ ଭୁଲରେ ବି ଏଭଳି କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ଇମେଜ୍ ସେଠାରେ ଖରାପ୍ ହୋଇଥାଏ ।
୮. ଅଫିସରେ ସର୍ବଦା ଅନ୍ୟ ଲୋକଙ୍କର ନାଁରେ ଅଭିଯୋଗ କରିବାରୁ ନିବୃତ୍ତ ରୁହନ୍ତୁ । ଏମିତି ଲୋକଙ୍କୁ କେହି ବି ବ୍ୟକ୍ତି ପସନ୍ଦ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *