ବେଡରେ ଛଟପଟ ଗର୍ଭବତୀ, ଏଣେ ପ୍ରସୂତି ବିଭାଗରେ ବଣ୍ଟା ହେଉଛି ପଇସା…
1 min read
ବଲାଙ୍ଗୀର: ଚାଲିଛି ହିସାବ କିତାବ । ମେଡିକାଲରେ ଭାଗ ବଣ୍ଟା ହେଉଛି ପଇସା । କର୍ମଚାରୀ ମାନେ ନିଜ ନିଜ ଭିତରେ ଭାଗବାଣ୍ଟି ନେଉଛନ୍ତି ପଇସା । ତେବେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ କରିବା ପାଇଁ ଚାଲିଛି ଟଙ୍କା କଲେକ୍ସନ । ଏପରି ଏକ ନିନ୍ଦନୀୟ ଘଟଣା ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ରୁ ସାମ୍ନାକୁ ଆସିଛି । ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏପରି ଖବର ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ତାହାକୁ ନେଇ ସ୍ପଷ୍ଟ କରୁଛି । ମେଡିକାଲକୁ ଆସୁଥିବା ଗର୍ଭବତୀ ସ୍ତ୍ରୀ ଲୋକମାନଙ୍କୁ ପ୍ରସଯତି କରାଇବା ଲାଗି ପଇସା ଦାବୀ କରୁଛନ୍ତି ମେଡିକାଲର କିଛି ନର୍ସମାନେ । ଯାହାର ଭିଡିଓ ଭାଇରାଲ ହୋଇଛି । ତେବେ ଏପରି ଏକ ଘଟଣାକୁ ନେଇ ସ୍ଥାନୀୟ ବାସୀ ନିନ୍ଦା କରିଛନ୍ତି । ତେବେ ରାଜ୍ୟର ମହିଳାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଅନେକ ଯୋଜନା ରହିଛିି । ହେଲେ ବଲାଂଗୀର ଭୀମେଭାଇ ମେଡିକାଲରେ ଗର୍ଭବତୀ ମହିଳାଙ୍କୁ ପ୍ରସ୍ୟତୀଙ୍କୁ ସ୍ୱାସ୍ଥ୍ୟ କର୍ମୀ ମାନେ ଟଙ୍କା ହଡପ କରୁଥିବା ଘଟଣା ସ୍ୱାସ୍ଥ୍ୟ ସେବାର ବ୍ୟତିକ୍ରମ ଆଣିଛି । ଅନ୍ୟପଟେ ଏହାକୁ ବେସ ଗୁରୁତର ଭାବେ ନେଇଛନ୍ତି ହସ୍ପିଟାଲର କର୍ତ୍ତୃପକ୍ଷ । ଏଥି ସହ ଦୁର୍ନୀତି ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବୀ ହୋଇଥିବା ଜଣାପଡିଛି ।