କୋରେଇରୁ ଦୂର ହେବ ଦୁର୍ନିତି , ରାଜନୀତି ଯୁଦ୍ଧରେ ବିକାଶ ପାଇଁ ଲଢିବେ ଆକାଶ ଦାସ ।
1 min readଯାଜପୁର ; ଯାଜପୁର ଜିଲ୍ଲା ର ପ୍ରକୃତି ଦେଇଛି ଖଣି, ପାଣି ଓ ଜଙ୍ଗଲ। ଜିଲ୍ଲାର ମାଟି ତଳେ ଓ ଉପରେ ରହିଛି ସଂପଦ । ହେଲେ ଏଠାକାର ଅଧିବାସୀ ଏହାର ସୁଫଳ ପାଇ ପାରୁ ନାହାନ୍ତି। ଜିଲ୍ଲା ଖଣିଜ ସମ୍ପଦ ଅହରହ ଚାଲାଣ ହେଉଥିବା ବେଳେ ବିନିଯୋଗ ପାଇଁ ଏଠାରେ କିଛି ସ୍ୱଳ୍ପ କାରଖାନା ଅଛି ସତ ହେଲେ ଏଠାରେ ଯୁବକ ଙ୍କୁ ନିଯୁକ୍ତି ନାହିଁ କି DMF fund ରେ କୋରାଇର ବିକାଶ ନାହିଁ।
ବାଲି ଚୋରା ଚାଲାଣ ହେଉଥିବା ପାରିପାର୍ଶ୍ବକ ଅଞ୍ଚଳର ୬ ପଞ୍ଚାୟତ ରେ ଲୋକଙ୍କ ସ୍ଥିତି ଦୟନୀୟ । ବୈତରଣୀ ପାଣି ଶୋଷ ମେଣ୍ଟାଇ ପାରୁନଥିବା ବେଳେ ଚାଷଜମିକୁ ମଧ୍ୟ ମାଡ଼ୁନି ପାଣି । ନଦୀ ବଢ଼ି କୋରାଇ ରେ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହେଉଛି । ଫଳନ୍ତି ଅମଳକୁ ଗଚ୍ଛିତ କରି ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ ।
ଏହି ପରିସ୍ଥିତି ରେ ନେତା ଓ ଜନତା ନିର୍ବାଚନ ମୁହାଁ ହୋଇଥିବା ବେଳେ ଏହି ସବୁ ପ୍ରସଙ୍ଗକୁ ନେଇ ଏଥର ମହାଲଢ଼େଇ ହେବ ବୋଲି ସାଂସଦ ପ୍ରାଥି ରବୀନ୍ଦ୍ର ବେହେରା ଓ ବିଧାୟକ ପ୍ରଥି ଆକାଶ ଦାସ ନାୟକ କାଲି ଏକ ବିରାଟ ମିଶ୍ରଣ ପର୍ବ ରେ ନିଜର ଅଭିଭାଷଣ ରଖିଛନ୍ତି ।