Pratidin TV

Odisha's Digital News Platform

ଇଏ ଏମିତି ଏକ ଘଣ୍ଟା ଯେଉଁଥିରେ ଖଞ୍ଜା ହୋଇଛି ଚନ୍ଦ୍ର,ମଙ୍ଗଳଗ୍ରହରୁ ଆସିଥିବା ୧୨ଟି ଉଲକାପିଣ୍ଡ

1 min read

ଘଣ୍ଟା ପିନ୍ଧିବା ସର୍ବଦା ଲୋକଙ୍କ ମଧ୍ୟରେ ଏକ ଟ୍ରେଣ୍ଡ ହୋଇଆସୁଛି । ହଁ, ଏହା ଏକ ଭିନ୍ନ କଥା ଯେ କେହି ୧୦୦-୨୦୦ ଟଙ୍କା ମୂଲ୍ୟର ଘଣ୍ଟା ପିନ୍ଧନ୍ତି ତ କେହି ଲକ୍ଷ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଅନେକ ଘଣ୍ଟା ଅଛି, ଯାହାର ମୂଲ୍ୟ ଏତେ ଅଧିକ ଯେ ବୋଧହୁଏ କୋଟିପତି ମଧ୍ୟ କିଣିବା ପୂର୍ବରୁ ୧୦ ଥର ଭାବିବେ । କାରଣ ସେହି ଘଣ୍ଟାର ମୂଲ୍ୟ ଯେତିକି ତା କାହାକୁ ବି କିଣିବା ପୂର୍ବରୁ ଭାବିବାକୁ ପଡିବ । ଏବଂ ସେହି ହାତଘଣ୍ଟାରେ ଯାହା ସବୁ ସୁବିଧାର ରହିଛି ତା ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୂବରୁ ଆପଣମାନେ ଘଣ୍ଟାରେ ସୁନା ଏବଂ ହୀରା ସହିତ ବିକ୍ରି ହେଉଥିବା ଜାଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଣ୍ଟା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଏପରି ଜିନିଷଗୁଡ଼ିକ ଖଞ୍ଜା ହୋଇଛି, ଯାହା ଜାଣିବା ପରେ ହିଁ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାକୁ ଆପଣ ହାତ ଘଣ୍ଟା ବା ସମଗ୍ର ବ୍ରହ୍ମାଣ୍ଡ ବି କହିପାରିବେ ।

ବାସ୍ତବରେ, ସ୍ୱିଜରଲ୍ୟାଣ୍ଡର ଏକ ଘଣ୍ଟା ଉତ୍ପାଦନକାରୀ କମ୍ପାନୀ ଅଛି, ଯାହାର ନାମ ଲେସ୍ ଆଟେଲିର୍ସ ଲୁଇ ମୋଏନେଟ୍ । ଏହି କମ୍ପାନୀ ସର୍ବଦା ଭିନ୍ନ ଏବଂ ମହଙ୍ଗା ଘଣ୍ଟା ତିଆରି ପାଇଁ ସମଗ୍ର ବିଶ୍ୱରେ ବେଶ ପ୍ରସିଦ୍ଧ । ଏହି କମ୍ପାନୀ ବର୍ତ୍ତମାନ ଏପରି ଏକ ଘଣ୍ଟା ତିଆରି କରିଛି, ଯାହା ଆଜି ପର୍ଯ୍ୟନ୍ତ ଦୁନିଆରେ କେହି କରିପାରି ନାହାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଘଣ୍ଟାରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୨ଟି ଉଲକାପିଣ୍ଡର ଖଣ୍ଡ ବ୍ୟବହାର କରାଯାଇଛି । ଏହି ଉଲକାପିଣ୍ଡ ଗୁଡିକ ଚନ୍ଦ୍ରଠାରୁ ମଙ୍ଗଳ ପର୍ଯ୍ୟନ୍ତ ଏବଂ ମହାକାଶର ପ୍ରତ୍ୟେକ କୋଣରୁ ପୃଥିବୀକୁ ଖସି ଆସିଥିଲା । ଏହି ବିରଳ ଏବଂ ଭିନ୍ନ ଘଣ୍ଟା ଗିନିଜ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି । ଏହାର ନାମ ‘କସ୍ମୋପଲିସ୍‌’ ରଖାଯାଇଛି । ଏହି ଘଣ୍ଟାର ମୂଲ୍ୟ ମଧ୍ୟ ସେହିଭଳି ଆଶ୍ଚର୍ଯ୍ୟଜନକ ଅଟେ । କମ୍ପାନୀ ଏହାର ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ରଖିଛି ।

Advertisement

ଗିନିଜ ୱାର୍ଲ୍ଡ ରେକର୍ଡ ଏହି ଘଣ୍ଟା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି, ଯେଉଁଥିରେ ଉଲକାପିଣ୍ଡର ଖଣ୍ଡଗୁଡ଼ିକ ଦର୍ଶାଯାଇଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଘଣ୍ଟାରେ ଚନ୍ଦ୍ରର ଉଲକାପିଣ୍ଡ୍ ‘ଢୋପର ୪୬୧’ ଏବଂ ମଙ୍ଗଳଗ୍ରହରୁ ପଡିଥିବା ଉଲକାପିଣ୍ଡ ‘ଢୋପର ୧୬୭୪’ ର ଖଣ୍ଡଗୁଡ଼ିକ ସ୍ଥାପନ କରାଯାଇଛି । ‘ ଢୋପର ୧୬୭୪’ ଓମାନ ନିକଟରେ ମିଳିଥିଲା ଏବଂ ମଙ୍ଗଳ ଗ୍ରହର ବିରଳ ଉଲକାପିଣ୍ଡ ମଧ୍ୟରୁ ଏହା ଅନ୍ୟତମ, ଯାହାର ଗଠନ ହାଲୁକା ସବୁଜ । ଏହା ବ୍ୟତୀତ ମେକ୍ସିକୋରେ ମିଳିଥିବା ଏଲେଣ୍ଡେ ନାମକ ଏକ ଉଲକାପିଣ୍ଡ୍ ମଧ୍ୟ ଘଣ୍ଟାରେ ସ୍ଥାପନ କରାଯାଇଛି । ଅନୁମାନ କରାଯାଏ ଯେ ଏହି ଉଲକାପିଣ୍ଡ ୪.୫୬୭ ବିଲିୟନ ବର୍ଷ ପୁରୁଣା ଏବଂ ଏହା ମଧ୍ୟ ସୌରମଣ୍ଡଳର ସର୍ବପୁରାତନ ପଥର ମଧ୍ୟରୁ ଗୋଟିଏ ।

Leave a Reply

Your email address will not be published. Required fields are marked *