ରାଜଧାନୀରେ ନିଶା ପାଇଁ କଫସିରପ୍ ପିଉଛନ୍ତି ଯୁବପିଢୀ ; ଆକ୍ସନ ମୋଡରେ ଡ୍ରଗ୍ସ ଇନସ୍ପେକ୍ଟର ..
1 min readଭୁବନେଶ୍ୱର : ଆକ୍ସନ ମୋଡରେ ଭୁବନେଶ୍ୱର ଡ୍ରଗ୍ସ ବିଭାଗ ପୋଲିସ । ଗତ ୩୦ ତାରିଖରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ୨୦ ପେଟି(୨୪ ଶହ ବୋତଲ) କଫସରିପ୍ ବୋତଲ ସିଜ୍ କରିଥିଲା ଭରତପୁର ପୋଲିସ । ରସୁଲଗଡର ଏମଏସ ଫାର୍ମା ନାମକ ଏକ ଦୋକାନ ଯାହାର ପ୍ରୋପାଇଟର ପ୍ରବିଣ କୁମାର ଦାସ ଏହାକୁ ସପ୍ଲାଏ କରୁଛନ୍ତି । ବର୍ତ୍ତମାନ ଏହି ଫାର୍ମା କମ୍ପାନୀ ଉପରେ ଚଢାଉ କରାଯାଇ ଏହାର ପରୀକ୍ଷା କରିବା ପାଇଁ ଲାବକୁ ପଠାଯାଇଛି ।
ଅନ୍ୟପଟେ ଏହି ଫାର୍ମା କମ୍ପାନୀର ମାଲିକ ପ୍ରବିଣ କୁମାର ଦାସ ଫେରାର୍ ଥିବା ଜଣାପଡିଛି । ଭୁବନେଶ୍ୱର ରେଞ୍ଜ୨ ଡ୍ରଗ୍ସ ଇନସ୍ପେକ୍ଟର ଚନ୍ଦନ ଗିରିଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଏହି କୋରେକ୍ସ / ଏସ୍ କଫ୍ ନାମକ କଫସିରପ୍ କୁ ଯୁବପୀଢୀ ଏକ ନିଶା ଭାବରେ ବ୍ୟବହାର କରୁଛନ୍ତି । ଏହାକୁ ପିଇବା ଦ୍ୱାରା ହାଲୁୁକା ନିଶା ହୋଇଥାଏ । ଯାହା ବର୍ତ୍ତମାନ ଯୁବପୀଢୀଙ୍କୁ ଏକ ପ୍ରକାରର ନିଶା ଆଦତରେ ପକାଇଦେଇଛି ।
କଫସିରପ୍ ନାଁରେ ଯୁବପୀଢୀଙ୍କୁ ନିଶାର ଲତ୍ ଲଗାଉଛନ୍ତି ଏଭଳି କିଛି ଲୋକ । ତେବେ ଏହି କଫ୍ସିରପ୍ ହିମାଚଳପ୍ରଦେଶ , ଦିଲ୍ଲୀ ଏବଂ ଚେନ୍ନାଇ ଭଳି ସ୍ଥାନରୁ ଭୁବନେଶ୍ୱର ସହ ଅନ୍ୟ ଅଞ୍ଚଳକୁ ରପ୍ତାନୀ କରାଯାଉଛିା ଯାହାର ଚେରକୁ ଖୁସ୍ ଶ୍ରୀଘ୍ର ଖୋଜି କାଟିବ ବୋଲି କହିଛନ୍ତି ଭୁବନେଶ୍ୱର ଡ୍ରଗ୍ସ ଇନସ୍ପେକ୍ଟର ।