Pratidin TV

Odisha's Digital News Platform

ଜୁଲାଇ ୮ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ଗଣତି-ମଣତି

ଖୋଲିବ ରତ୍ନଭଣ୍ଡାର ଆଉ ହେବ ଗଣତି | ଜୁଲାଇ ୮ ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ଗଣତି | ତେବେ ସୂଚନା ଅନୁସାରେ ଜୁଲାଇ ୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ୨0 ଦିନ ଧରି ଚାଲିପାରେ ଏହି ଗଣତି କାର୍ଯ୍ୟ | ଏନେଇ ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ ବୈଠକ |

ତେବେ ତଦାରଖ କମିଟି ମୁଖ୍ୟ ଜଷ୍ଟିସ ଅରଜିତ ପାସାଏଦ ତା ପୂର୍ବ ଦିନ ଅର୍ଥାତ ଜୁଲାଇ ୪ ତାରିଖ ଦିନ ଓଡିଶା ଆସିବାର ସୂଚନା ରହିଛି | ତେବେ ଜୁନ ୩0 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଗଣତି ହେବ | ଯଦି କିଛି ଗଡବଡ ହୋଇଥାଏ ତେବେ ଦୋଷୀଙ୍କୁ ଦଣ୍ଡବିଧାନ କରାଯିବ |

ଅନ୍ୟପଟେ ରଥଯାତ୍ରା କାର୍ଯ୍ୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ | କିଭଳି ତ୍ରୁଟିଶୂନ୍ୟ ଭାବରେ ରଥଯାତ୍ରା କାର୍ଯ୍ୟ ସମ୍ପନ୍ନ ହେବ ସେଥିପାଇଁ ସହଯୋଗ କାମନା କରିଛନ୍ତି |

Leave a Reply

Your email address will not be published. Required fields are marked *