Pratidin TV

Odisha's Digital News Platform

ଶିମଳିପାଳରୁ ଆରମ୍ଭ ହେଲା ବାଘ ଗଣନା,୪ମାସ ଧରି ବାଘଙ୍କ ଉପରେ ରହିବ ନଜର..

1 min read

ଆଜି ଠାରୁ ଶିମିଳିପାଳରେ ଆରମ୍ଭ ହୋଇଯାଇଛି ବାଘ ଗଣନା। ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦାରେ ମଧ୍ୟ ବାଘ ଗଣନା କରାଯିବ।ଏଥିରେ ପ୍ରକଳ୍ପର ୧୯ଟି ରେଞ୍ଜର ୨୦୯ଟି ଟିମ ଗଣନାରେ ନୟୋଜିତ ଅଛନ୍ତି । ତିନିଟି ପର୍ଯ୍ୟାୟରେ ବାଘ ଗଣନା ହେବ। ଆଜିଠୁ ୨୦ ତାରିଖ ଯାଏଁ ସାଇନସର୍ଭେ, ୨୫ ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜିଟ ଏବଂ ନଭେମ୍ବର ୧ରୁ ୨୫ ଯାଏଁ କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘ ଗଣନା କରାଯିବ ବୋଲି ଶିମିଳିପାଳ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ବନ କର୍ମଚାରୀମାନେ ଜଙ୍ଗଲରେ ରହିଥିବା ପାଦଚଲା ରାସ୍ତା ଓ ବନ୍ୟଜନ୍ତୁଙ୍କର ଯିବା ଆସିବାର ବାଟ ଉପରେ ନଜର ରଖିବେ । ବାଘଙ୍କ ପାଦ, ରଙ୍ଗ, ଗଛରେ ରାମ୍ପୁଡା ଦାଗରୁ ତଥ୍ୟ ସଂଗ୍ରହ କରାଯିବ। ଶିମିଳିପାଳରେ ମୋଟ୍ ୨୦୦ଟି ବିଟ୍ ରହିଛି । ଆଉ ପ୍ରତି ବିଟରେ ୨-୩ କର୍ମଚାରୀ ଏହି ଗଣନା କାମରେ ନିୟୋଜିତ ହେବେ। କେବଳ ବାଘ ଗଣତିରେ ୭୦୦ରୁ ୮୦୦ ବନ କର୍ମଚାରୀ ନିୟୋଜିତ ରହିବେ । କେବଳ ବାଘ ଗଣତି ୨୫ରୁ ୪୦ ଦିନ ଚାଲିବ । ୨୦୨୧ରୁ ଏଯାବତ୍ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଛି । ୪ ବର୍ଷରେ ଥରେ ଏନଟିସିଏ ପକ୍ଷରୁ ଗଣନା କରାଯାଉଥିବା ବେଳେ ସଠିକ ବାଘ ସଂଖ୍ୟା ଜାଣିବାକୁ ଚଳିତ ବର୍ଷ ଠାରୁ ରାଜ୍ୟ ସରକାର କରୁଛନ୍ତି ବାଘ ଗଣନା ।

Advertisement

Leave a Reply

Your email address will not be published. Required fields are marked *