Pratidin TV

Odisha's Digital News Platform

ଆରମ୍ଭ ହେଲା ଭୋଟ ଗଣତି; ପୋଷ୍ଟାଲ ବାଲାଟ୍ ଗଣତି ହୋଇଛି ଆରମ୍ଭ..ପରେ ଆସିବ ପ୍ରାରମ୍ଭିକ EVM ଗଣତି

1 min read

ଆରମ୍ଭ ହୋଇଛି ଭୋଟ ଗଣତି | ନିର୍ବାଚନ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି |ନିର୍ବାଚନ କମିଶନର ନିର୍ଦ୍ଦେଶ ଅନୁଯାୟୀ ତ୍ରିସ୍ଥରୀୟ ସୁରକ୍ଷା ବଳରେ ରହିବ ପ୍ରତ୍ୟକଟି ଭୋଟ ଗଣତି କେନ୍ଦ୍ର | ସାରା ରାଜ୍ୟରେ ୬୯ ଟି ଷ୍ଟ୍ରଙ୍ଗ ରୁମ ସୁରକ୍ଷିତ ଭାବେ ରଖାଯାଇଥିବା EVM ଗୁଡିକୁ କାଉଣ୍ଟିଂ ସେଣ୍ଟରକୁ ଅଣାଯାଇ ଭୋଟ ଗଣତି ଆରମ୍ଭ ହୋଇଛି |

ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ ସହିତ ସିସିଟିଭି ମନିଟରିଂ ବ୍ୟବସ୍ଥା ହୋଇଛି। ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନକୁ ଭିତ୍ତିକରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ।

Advertisement

ତେବେ ପ୍ରଥମ ପର୍ଯ୍ୟାୟ ପୋଷ୍ଟାଲ ବାଲାଟରେ ଗଣତି ଆରମ୍ଭ ହୋଇଛି | ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେଇଛି । ପ୍ରତି ଟେବୁଲରେ ୫୦୦ ପୋଷ୍ଟାଲ ବାଲାଟ୍ ଗଣତି ହେଉଛି । ପୋଷ୍ଟାଲ ବାଲାଟରେ ଗଣତି ଶେଷ ହେବା ପରେ EVM ଗଣତି ଆରମ୍ଭ ହେବ |

ଆଜି ଲୋକସଭାର ୫୪୩ ଏବଂ ଓଡିଶା ବିଧାନସଭାର ୧୪୭ ଆସନରେ ରେଜଲ୍ଟ ଆସିବାକୁ ଯାଉଛି । କେନ୍ଦ୍ରରେ ବିଜେପି ପୁଣିଥରେ ସରକାର ଗଢିବକକୁ ଯାଉଥିବା ସମୟରେ ଓଡିଶା ରାଜ୍ୟରେ ମଧ୍ୟ ଶାସକ ବିଜେଡି ଶାସନ କ୍ଷମତା ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି | କେନ୍ଦ୍ରରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ରାଜ୍ୟରେ ବିଜେଡି ସହ ବିଜେପିର ହେଉଛି ବଡ ଟକ୍କର |

Leave a Reply

Your email address will not be published. Required fields are marked *