Pratidin TV

Odisha's Digital News Platform

ସେନା ଦମ୍ପତି ପରସ୍ପରଠାରୁ ୨୪୦ କିମି ଦୂରରେ ରହି ହାରିଲେ ଜୀବନ, ଶେଷ ଚିଠିରେ ଲେଖିଲେ ଏମିତି …

1 min read

ଆମକୁ ଗୋଟିଏ ଚିତାରେ ଜାଳିବ । ଆମ ହାତକୁ ଛନ୍ଦି ଗୋଟିଏ ଜୁଇରେ ଶୁଆଇ ଚିରଦିନ ପାଇଁ ବିଦାୟ ଦେବା । ନିଜ ଶାଶୁଘର ଲୋକଙ୍କୁ ଏପରି ଚିଠି ଲେଖି ଜୀବନ ହାରିଦେଲେ ସ୍ଥଳ ସେନାରେ କାର୍ଯ୍ୟ କରୁଥିବା ବୋହୂ ।

ଗୋଟେ ପଟେ ସ୍ୱାମୀ ଭାରତୀୟ ବାୟୁ ସେନାର ଜଣେ ଫ୍ଲାଇଟ ଲେଫ୍ଟନାଣ୍ଟ ହୋଇଥିବା ବେଳେ ସ୍ତ୍ରୀ ମଧ୍ୟ ସ୍ଥଳ ସେନାର ଅଧିକାରୀ । ଭଲପାଇ ବିବାହ କରିଥିଲେ ଦୁହେଁ କିନ୍ତୁ ହଠାତ୍ ଏକ ଝଡ ଦୁହିଁଙ୍କ ହସଖୁସିର ସଂସାରକୁ ଏମିତି ଉଜାଡି ଦେଲା ଯେ ଜଣଙ୍କ ମୃତ୍ୟୁ କଥା ଶୁଣି ଆଉ ଜଣେ ଜୀବନ ହାରିଦେଲା । ଆଉ ଦୁହିଁଙ୍କୁ ଏକାଠି ଗୋଟିଏ ଜୁଇରେ ଚିତା ଦେବାକୁ ଚିଠିରେ ଅନୁରୋଧ କରିଗଲା ।

Advertisement

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିଲା ନିଚ୍ଛକ ଭଲ ପାଇବା। କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ହେଉ ନଥିଲେ। ମୃତ୍ୟୁ ପରେ ମଧ୍ୟ ସେମାନେ ଏକାଠି ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ। ହେଲେ ହଠାତ୍ ଏମିତି କ’ଣ ହେଲା ସୁନାର ସଂସାର ଉଜୁଡ଼ି ଯାଇଛି। ପରସ୍ପର ଠାରୁ ୨୪୦ କିମି ଦୂରରେ ଜୀବନ ହାରିଛନ୍ତି ଦମ୍ପତି।

ସୂଚନା ଅନୁଯାୟୀ ବିହାରର ମୂଳବାସିନ୍ଦା ଦୀପ ଆଗ୍ରାରେ ଥିବା ବାୟୁସେନା ଷ୍ଟେସନରେ ନିଯୁକ୍ତି ପାଇଥିଲେ। ତାଙ୍କ ପତ୍ନୀ ରେଣୁ ତନୱର ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଗରୌତା ଅଫିସର୍ସ ଗେଷ୍ଟ ହାଉସରେ ରୁହନ୍ତି। ୨୦୨୨ରେ ଉଭୟ ପ୍ରେମ ବିବାହ କରିଥିଲେ। ଦୀପ ଓ ରେଣୁ ଆତ୍ମହତ୍ୟା କରିଥିବାର ଖବର ବୁଧବାର ପୁଲିସ୍କୁ ମିଳିଥିଲା। ପୋଲିସ୍ର ସୂଚନା ଅନୁଯାୟୀ, ଦୀପ ସୋମବାର ରାତିରେ ଜୀବନ ହାରିଥିବା ବେଳେ ମଙ୍ଗଳର ବାର ରେଣୁ ଆତ୍ମହତ୍ୟା କରିଥିଲେ।

କୌଣସି କାରଣ ପାଇଁ ଦୀପ ଆଗ୍ରା ଠାରେ ନିଜ ଜୀବନ ହାରିଥିବା ବେଳେ ତାଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ସହିପାରିନଥିଲେ । ସ୍ୱାମୀଙ୍କୁ ହରାଇବାର ଦୁଃଖ ସହି ନପାରି ସେନା ଅଧିକାରୀ ଜଣଙ୍କ ମଧ୍ୟ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଗୋଟିଏ ଗେଷ୍ଟ ହାଉସରେ ନିଜ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଥିଲେ। ତେବେ ଖବର ପାଇ ପୋଲିସ ଅଧିକାରୀ ମାନେ ମହିଳା ସେନା ଅଧିକାରୀ ରେଣୁଙ୍କୁ ଗେଷ୍ଟ ହାଉସ ଭିତରୁ ଉଦ୍ଧାର କରିଥିଲେ । ଏଥିସହ ଗୋଟିଏ ସୁଇସାଇଡ ନୋଟ ମଧ୍ୟ ପୁଲିସ୍ ଠାବ କରିଛି। ଏଥିରେ ମହିଳା ଜଣଙ୍କ ସ୍ୱାମୀଙ୍କ ପ୍ରତି ଥିବା ଭଲ ପାଇବାକୁ ଦର୍ଶାଇଛନ୍ତି। ସ୍ୱାମୀ ଦୀନଦୟାଲ ଦୀପଙ୍କ ହାତରେ ହାତ ଛନ୍ଧି ଦୁଇ ଜଣଙ୍କ ଶବକୁ ଏକାଠି ସଂସ୍କାର କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *