ଦୁର୍ନୀତି ସମ୍ପର୍କରେ ତଥ୍ୟ ମାଗିବାରୁ ଦମ୍ପତିଙ୍କୁ ଆକ୍ରମଣ ।
1 min readଯାଜପୁର ; ସୂଚନା ଅଧିକାର ଆଇନ ବଳରେ ପଞ୍ଚାୟତ ଦୁର୍ନୀତି ସମ୍ପର୍କ ରେ ତଥ୍ୟ ମାଗିବାରୁ ଜଣେ ମହିଳା ଙ୍କ ସମେତ ତାଙ୍କ ପରିବାର ଉପରେ ହୋଇଛି ମରଣାତ୍ମକ ଆକ୍ରମଣ। ସ୍ୱାମୀ କୁ ଘରୁ ଘୋଷାଡ଼ି ନେଇ ଦୁର୍ବୁତ୍ତ ମାନେ ଵିଚ ରାସ୍ତା ଉପରେ ପକାଇ ମାଡ଼ ମାରୁଥିବା ବେଳେ ସ୍ୱାମୀ କୁ ବଞ୍ଚେଇବାକୁ ଯାଇଥିବା ତାଙ୍କ ପତ୍ନୀ କୁ ମଧ୍ୟ ତଳେ ଘୋଷାଡି ମାଡ ମାରିବା ସହ ଅସଦାଚରଣ କରିଥିଲେ ଗାଁ ର ୩ ଜଣ ବ୍ୟକ୍ତି ।
ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅନ୍ତର୍ଗତ ରାହାସୋଇ ପଞ୍ଚାୟତରେ । ଏହି ପଞ୍ଚାୟତ ର ରାହାସୋଇ ଗ୍ରାମ ର ଅଶୋକ କୁମାର ପତି ଓ ତାଙ୍କ ପତ୍ନୀ ଲତିକା ପତି ପଞ୍ଚାୟତ ରେ ହୋଇଥିବା ବିଭିନ୍ନ ଦୁର୍ନୀତି କୁ ନେଇ ସୂଚନା ଅଧିକାର ଆଇନ ବଳ ରେ କିଛି ତଥ୍ୟ ମାଗିଥିଲେ। ପଞ୍ଚାୟତ ଦୁର୍ନୀତି ର କାଳେ ପର୍ଦାଫାଶ ହୋଇଯିବ ଭାବି ଏହି ଦୁର୍ନୀତି ରେ ଲିପ୍ତ କିଛି ଖଳ ପ୍ରକୃତ୍ତିର ବ୍ୟକ୍ତି ହଠାତ ଅଶୋକ ଙ୍କ ଘରେ ପହଞ୍ଚି କାହିଁକି ତଥ୍ୟ ମାଗିଲୁ ବୋଲି ପଚାରିବା ସହ ଘରୁ ଘୋଷାଡ଼ି ନେଇ ଦାଣ୍ଡ ମଝିରେ ବାଡେଇ ଥିଲେ।
ସ୍ୱାମୀଙ୍କୁ ମାଡ଼ ହବାର ଦୃଶ୍ୟ ସ୍ତ୍ରୀ ଲତିକା ନିଜ ମୋବାଇଲ ରେ ଭିଡ଼ିଓ କରୁଥିବା ସମୟ ରେ ଆକ୍ରମଣ କାରୀ ବ୍ୟକ୍ତି ମାନେ ଏହା କୁ ଦେଖି ଲତିକା ଙ୍କୁ ଘୋଷାଡ଼ି ମାରିବା ସହ ମୋବାଇଲ ଛଡାଇ ଭାଙ୍ଗି ଦେଇଥିଲେ। ପରେ ଲତିକା ଙ୍କୁ ନିସ୍ତୁକ ମାଡ଼ ମାରି ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ। ସେହି ସମୟ ମଧ୍ୟରେ ଅଶୋକ ଙ୍କ ଦାଣ୍ଡ ଥିବା ୨ଗୋଟି ବାଇକ କୁ ମଧ୍ୟ ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ଲତିକା ଆକ୍ରମଣକାରୀ ଙ୍କ ନାମ ରେ ଦଶରଥପୁର ଥାନା ରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଗ୍ରହଣ କରି ଦୁଇ ଦୁର୍ବୁର୍ତ୍ତ ମହେଶ୍ୱର ସେଠୀ ଓ ବାବୁ ପାଣିଗ୍ରାହୀ ଗିରଫ କରି ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଛନ୍ତି।