Pratidin TV

Odisha's Digital News Platform

ଦୋକାନଘରେ ଶୋଇଥିଲେ ଦମ୍ପତ୍ତି; ହଠାତ୍ ଉପରକୁ ହେଲା ଆକ୍ରମଣ,ଆଖିବୁଜିଲେ ସ୍ୱାମୀ

1 min read

କଟକ : ଶୋଇଥିବା ବେଳେ ଦମ୍ପତ୍ତିଙ୍କ ଉପରକୁ ହେଲା ଆକ୍ରମଣ । ଆଉଏହି ଆକ୍ରମଣରୁ ବର୍ତ୍ତି ପାରିଲେନି ସ୍ୱାମୀ ସ୍ତ୍ରୀ । କଟକ ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଘଟଣା । ତେବେ ନିଶ୍ଚିନ୍ତକୋଇଲି ବ୍ଲକ ସାଲେପୁର ଥାନା ଅଧିନସ୍ଥ କୁଳିଆ ବଜାରରେ ଥିବା ଏକ ଦୋକାନରେ ଶୋଇଥିବା ବେଳେ କିଛି ଦୁବୃର୍ତ୍ତ ସୋମନଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ବୃଦ୍ଧ ଦମ୍ପତି ଲହୁଲୁହାଣ ହୋଇ ପଡିଥିଲେ । ତେବେ ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅଛନ୍ତି । ସୂଚନା ମୁତାବକ, କୁଳିଆ ବଜାର ରେ ଜଳଖିଆ ଦୋକାନ କରିଥିବା ହରେକୃଷ୍ଣ ପୃଷ୍ଟି ଏବଂ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ପୃଷ୍ଟି ବୁଧବାର ରାତ୍ରରେ ଭୋଜନ ସାରି ଦୋକାନ ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଦମ୍ପତି ଙ୍କୁ କେହି ଦୁବୃର୍ତ୍ତ ମରଣାତ୍ମକ ଆକ୍ରମଣ କରିଥିଲେ । ପ୍ରାତଃ ସମୟରେ ଦୋକାନ କୁ ସ୍ଥାନୀୟ ଲୋକେ ପ୍ରତ୍ୟେକ ଦିନ ଭଳି ଚାହା ପିଇବାପାଇଁ ଆସି ଏହି ଅଭାବନୀୟ ଘଟଣା ଗଟିଥିବା ଦେଖିଥିଲେ । ସ୍ୱମୀ ହରେକୃଷ୍ଣ ଙ୍କ ମୃତ୍ୟୁ ହୋଇ ଯାଇଥିଲା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ । ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଘଟଣା ସ୍ଥଳରେ ସାଲେପୁର ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଂଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ସନ୍ଦେହରେ ୬ ଜଣଙ୍କୁ ପୋଲିସ ଥାନାକୁ ଡକାଇ ଏହି ଘଟଣା ସଂକ୍ରାନ୍ତରେ ଜେରା କରିଥିଲେ । ହେଲେ ପ୍ରକୃତ ଅଭିଯୁକ୍ତ ଏପର୍ଯ୍ୟନ୍ତ ଗିରଫ ହୋଇନଥିବା ଜଣାଯାଇଛି ।

Advertisement

Leave a Reply

Your email address will not be published. Required fields are marked *