Pratidin TV

Odisha's Digital News Platform

ରଶି ଲଗାଇ ଦମ୍ପତି କଲେ ଆତ୍ମହତ୍ୟା

1 min read

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଭାଇରସ ପରି ମାଡିଚାଲୁଛି ଆତ୍ମହତ୍ୟା ।ପ୍ରତ୍ୟକଦିନ ଏଠି କେହିନା କେହି ହାରି ଦେଉଛି ନିଜର ବହୁ ମୂଳ୍ୟ ଜୀବନ । ତେବେ କାରଣ ମାନସିକ ଦୁଃଶ୍ଚିନ୍ତା, ପାରିବାରିକ ସମସ୍ୟ, ଆର୍ଥିକ ସମସ୍ୟ ଯାହାବି ହଉ , ତାର ମୂଲ୍ୟ କଣ ଜୀବନ । ତେବେ ଆଜି ଆଉ ଏକ ମୃତ ଦେହ ଉଦ୍ଦାର କରାଯାଇଛି , ଯାଜପୁର ରୋଡ୍ ଥାନା ଦଳଗାଁ ନିକଟସ୍ଥ ଭଡାଘରୁ ଆଜି ପୂର୍ବାହ୍ନରେ ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ ମୃତକ ହେଲେ ଶଙ୍କର ଦୟାଲ ନାୟକ (ବୟସ ୨୭) ଓ ତାଙ୍କ ସ୍ତ୍ରୀ ।ତେବେ ଶଙ୍କର ନାୟକ ଓ ପତ୍ନୀ ଉଭୟ ବାଲେଶ୍ୱୟ ଜିଲ୍ଲା ଫୁଲୱାର କସବା ଅଞ୍ଚଳର ବାସିନ୍ଦା । ଶଙ୍କର କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲରେ କାମ କରୁଥିଲେ ବୋଲି ସୁଚନା ଦେଇଛି ପୋଲିସ ତେବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବଦୁଇଟିକୁ ବ୍ୟାବିଛେଦ ନିମନ୍ତେ ପାଠାଇଛି । ତେବେ ଆତ୍ମହତ୍ୟା କେଉଁ କାରଣରୁ କରାଯାଇଛି ଏହା ଉପରୁ ଏଯାଏ ପରାଦା ଉଠିପାରିନି ।

Advertisement

Leave a Reply

Your email address will not be published. Required fields are marked *