ସହି ପାରିଲେନି ଫାଇନାନ୍ସ କର୍ମଚାରୀଙ୍କ ମାନସିକ ନିର୍ଯାତନା , ଜୀବନ ହାରିଦେଲେ ବୃଦ୍ଧ ଦମ୍ପତି ….
1 min readପୁରୀ : ଅସହ୍ୟ ହେଲା ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ମାନସିକ ନିର୍ଯାତନା। ଅସମୟରେ ଚଢ଼ା ସୁଧହାରରେ ଲୋନ୍ ନେଇ ଲୋନ୍ ଶୁଝିପାରିନଥିଲେ ବୃଦ୍ଧ ଦମ୍ପତି। ଶେଷରେ କିଛି ଉପାୟ ନପାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ବୃଦ୍ଧ ଦମ୍ପତି । ଏଭଳି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡ଼ି ଗାଁରେ ଘଟିଛି । ମୃତ ଦମ୍ପତି ହେଲେ ବାନାମ୍ବର ବେହେରା(୫୮) ଏବଂ ବନିତା ବେହେରା(୫୩)।
ମିଳିଥିବା ସୂଚନା ଅନୁଯାୟୀ ଅଁଳାଯୋଡ଼ି ଗାଁର ବାନାମ୍ବର ବେହେରା ଏକ ଘରୋଇ ଫାଇନାନ୍ସ କମ୍ପାନିରୁ ଋଣ ଆଣିଥିଲେ। କିନ୍ତୁ ଠିକ୍ ସମୟରେ ଋଣ ପରିଶୋଧ କରିପାରୁନଥିଲେ। ଗତ ରାତିରେ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ କିସ୍ତି ଟଙ୍କା ପାଇଁ ଘରେ ପହଞ୍ଚିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇଁ ଘରେ ବସି ରହିଥିଲେ। ସେମାନେ ଉଭୟଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେ ବି କର୍ମଚାରୀମାନେ ଘରୁ ବାହାରିନଥିଲେ।
ପରଦିନ ସକାଳୁ ଉଭୟଙ୍କୁ ବନ୍ଧ ଘରୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉର୍ଦ୍ଧାର କରାଯାଇଥିଲା ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଏକ ଘଟଣାକୁ ନେଇ ଅଁଳାଯୋଡି ଗ୍ରାମରେ ଶେ।କାକୂଳ ପରିବେଶ ଦେଖାଦେଇଛି । ଏନେଇ ମୃତ ଦମ୍ପତିଙ୍କ ପୁଅ ଥାନାରେ ଅଭିଯୋଗ କଲା ପରେ ପୋଲିସ ସମୃକ୍ତ ମାମଲାରେ ତଦନ୍ତ ଆରମ୍ଭ କରିଛି ।