Pratidin TV

Odisha's Digital News Platform

ଭାଲେନଟାଇନ୍ ସପ୍ତାହରେ ଜୀବନ ହାରିଲେ ପ୍ରେମୀ ଯୁଗଳ ।

1 min read

ଉମରକୋଟ ; ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ପୁଜାରୀ ଗୁଡ଼ା ପମ୍ପ୍ ହାଉସରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ଉମରକୋଟ ପୋଲିସ। ତେବେ ଯୁବକ ଜଣକ ନିକଟସ୍ଥ ପୂଜାରୀଗୁଡ଼ା ଗାଁର ସନାଧର ଭତ୍ରା ବୋଲି ଜଣାପଡ଼ିଛି। ସେ ପୂଜାରୀଗୁଡା ଗ୍ରାମର ହୋଇଥିବାବେଳେ ଉକ୍ତ ପାଣି ପମ୍ପ୍ ହାଉସରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। ସେହିଭଳି ଯୁବତୀଜଣକ ନିକଟସ୍ଥ କୁର୍ସି ଗ୍ରାମର ନୁଆ ପାରା ସାହିର ବୋଲି ଜଣା ପଡ଼ିଛି।

ଆହୁରୀ ପଢନ୍ତୁ –ଏମିତି ବାହାଘର ମନେ ରହିବ ସବୁଦିନ ; ବିବାହ ରୀତିନୀତି ସରିବା ପରେ ହସ୍ପିଟାଲରେ ଭର୍ତ୍ତିହେଲେ ବର କନିଆଁ ।

Advertisement

ସନାଧର ଭତ୍ରା ପମ୍ପ ହାଉସ୍‌ରେ ପାଣି ଛାଡିବା ଦାୟିତ୍ୱରେ ଥିଲେ । ଆଜି ସକାଳେ ପାଣି ଛଡ଼ାଯିବାରେ ବିଳମ୍ବ ହେବାରୁ କିଛି ଗ୍ରାମବାସୀ ପମ୍ପ ହାଉସ୍‌ରେ ପହଞ୍ଚିଥିଲେ। ପମ୍ପ ହାଉସ୍ କବାଟ ଭିତର ପଟୁ ବନ୍ଦ ଥିବା ବେଳେ ଝରକା ଖୋଲାଥିଲା। ଉକ୍ତ ରୁମ୍ ଭିତରେ ସନାଧର ଓ ଜଣେ ଯୁବତୀ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ଉମରକୋଟ ପୁଲିସ କୁ ଖବର ଦେଇଥିଲେ।

ଖବର ପାଇ ପୁଲିସ୍ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ନା ଆଉ କିଛି ତଥା ଉଭୟ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ଏବେ ରହସ୍ୟ ଘେରରେ ରହିଛି। ଏନେଇ ଉଭୟ ପରିବାର କିମ୍ବା ପୁଲିସ୍ ପକ୍ଷରୁ ଖବର ଲେଖିବ ସୁଦ୍ଧା ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ, ଉମରକୋଟ ପୋଲିସ ପକ୍ଷରୁ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

https://www.youtube.com/watch?v=sHpaM_DW0w8

Leave a Reply

Your email address will not be published. Required fields are marked *