Pratidin TV

Odisha's Digital News Platform

ରଜା ମୁକୁଟ ତିଆରି କରି ଚର୍ଚ୍ଚାରେ ଦମ୍ପତି

1 min read

ଭଞ୍ଜନଗର : ଆଧୁନିକତାର ଛାପରେ ଆଜିବି ଗଞ୍ଜାମ ଜିଲ୍ଲାରେ ରହିଥିବା ଅନେକ ଲୋକନୃତ୍ୟ ମଧ୍ୟରୁ ରଜା ନାଟକ ଏବେବି ଜୀବିତ ରହିଛି । ଏହି ନାଟକରେ ଅଭିନୟ କରୁଥିବା କଳାକାରଙ୍କ ଭେଶଭୂଷା ସମ୍ପୂର୍ଣ୍ଣ ନିଆରା ଓ ଭିନ୍ନ ଅଟେ। ଆପଣ ଜାଣି ଆର୍ଶ୍ଚଯ୍ୟ ହେବେ ଏହି ଭେଶଭୂଷାକୁ ସାରା ଜିଲ୍ଲାରେ କେବଳ ଗୋଟିଏ ହିଁ ପରିବାର ତିଆରି କରୁଛନ୍ତି । ମୁକୁଟ ଓ ଅନ୍ୟାନ୍ୟ ପୋଷାକ ତିଆରି କରିବାର କଳାକୁ ଜୀବିତ ରଖିଥିବାରୁ ଏହି ପରିବାରକୁ କଳାକାର ମାନେ ପ୍ରଶଂସା ନକରି ରହି ପାରୁନାହାନ୍ତି ।

ମୁକୁଟ ତିଆରିରେ ବ୍ୟସ୍ତ ପୁରା ପରିବାର । ଜଣେ ମାଳି ଗୁନ୍ଥୁଛି ତ ଆଉ ଜଣେ ବାଉଁଶ କୁ କାଟି ବତା ପ୍ରସ୍ତୁତ କରୁଛି। ଉଭୟ ପତି ପତ୍ନୀ ରାତି ଦିନ ଏକ କରି ଲାଗି ପଡିଛନ୍ତି ମୁକୁଟ ତିଆରି କାର୍ଯ୍ୟରେ। ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ବ୍ଲକ ଷଡ଼ଙ୍ଗୀପଲ୍ଲୀ ଗ୍ରାମରେ ରହୁଥିବା ଅଭିମନ୍ୟୁ ମହାପାତ୍ରଙ୍କ ପରିବାର। ଅଭିମନ୍ୟୁଙ୍କ ବୟସ ୬୫ ଅତିକ୍ରାନ୍ତ କଲାଣି ଯେଉଁ ବୟସରେ ବିଶ୍ରାମ ନେବା କଥା ସେହି ବୟସରେ ପରିଶ୍ରମ କରିବାକୁ ପରିସ୍ଥିତି ଏକ ପ୍ରକାର ବାଧ୍ୟ କରୁଛି । କାରଣ ଅଭିମନ୍ୟୁଙ୍କ ପରିବାର ହିଁ ଏହି ପୋଷାକ ଓ ମୁକୁଟ ପ୍ରସ୍ତୁତ କରିଥାନ୍ତି। ଅନ୍ୟ କାରିଗର ମାନେ ଏହି କୌଳିକ ବୃତିକୁ ଭୁଲି ଅନ୍ୟ କାମରେ ମନ ଦେଲେଣି।ଏବେ ଜିଲ୍ଲାର ସବୁ ଅଞ୍ଚଳରୁ କାମ ଆସି ଅଭିମନ୍ୟୁ ଗୋଟିଏ ମୁକୁଟ ସେଟ୍ ତିଆରି କରିବାକୁ ଲାଗିଯାଏ ପୁରା ଦେଢ଼ ମାସ।ସମ୍ପୂର୍ଣ୍ଣ ପରିବାର ମୁକୁଟ ତିଆରିରେ ଅଭିମନ୍ୟୁ ଙ୍କୁ ସହଯୋଗ କରିଥାନ୍ତି। ସୁନ୍ଦର ଭାବେ ନିଖୁଣ କାର୍ଯ୍ୟ କରିବା ପାଇଁ ଦୀର୍ଘ ସମୟ ଲାଗୁଥିବାରୁ ଯଥା ସମୟରେ ଆବଶ୍ୟକ ଚାହିଦାକୁ ପୂରଣ କରି ପାରୁନାହାନ୍ତି।

Advertisement

କଳା କାରିଗରିରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। କଳାକାର ଭତ୍ତା ଟିଏ ପାଇଲେ ବହୁତ୍ ଖୁସି ହେବେ ବୋଲି କରିଛନ୍ତି ଅଭିମନ୍ୟୁ । ଲୋକନୃତ୍ୟ ମଧ୍ୟରେ ପ୍ରହଲ୍ଲାଦ ନାଟକ ହେଉଛି ଅନ୍ୟତମ। ଜିଲ୍ଲାର ସବୁ ସ୍ଥାନରେ ୧୦୦ରୁ ଅଧିକ ନାଟ୍ୟକାର ଏହି ନାଟକ ପରିବେଷଣ କରି ନିଜର ଜୀବିକା ନିର୍ବାହ କରୁଛନ୍ତି।ପ୍ରହଲ୍ଲାଦ ନାଟକର ମୁଖ୍ୟ ଆକର୍ଷଣ ହେଉଛନ୍ତି ରାଜା ହିରର୍ଣ୍ୟ ଓ ପୁଅ ଭକ୍ତ ପ୍ରହଲ୍ଲାଦ।ଏମାନେ ପରିଧାନ କରିଥିବା ପୋଷାକ ଓ ମୁକୁଟ ରାଜକୀୟ ଠାଣୀ କୁ ଦର୍ଶାଇବା ସହିତ ବହୁତ୍ ଆକର୍ଷଣୀୟ ହୋଇଥାଏ।ଏହି ମୁକୁଟ ତିଆରି ପାଇଁ ଭେଲଭେଟ କପଡା, ଝାଲର, ଉଲ,ପ୍ଲାଷ୍ଟିକ ମାଳିର ବ୍ୟବହାର କରାଯାଏ।ମାସ ମାସ ଧରି ସମୟ ଦେବା ପରେ ମୁକୁଟ ତିଆରି ହୋଇଥାଏ । ପୂର୍ବ ବର୍ଷ ଅପେକ୍ଷା ଏହି ବର୍ଷ ଅଧିକା ବରାଦ ଆସିଥିବାରୁ ଭଲ ରୋଜଗାର ହୋଇଥିବା କହିଛନ୍ତି ଅଭିମନ୍ୟୁ ଙ୍କ ପତ୍ନୀ ।

ଗଞ୍ଜାମ ଜିଲ୍ଲାରେ ମୁକୁଟ କାରିଗର ଜଣେ ହିଁ ଥିବାରୁ ସମସ୍ତେ ଅଭିମନ୍ୟୁ ଙ୍କ ପାଖକୁ ଆସନ୍ତି।ଦିନରାତି ପରିଶ୍ରମ କରି କଳାକାରଙ୍କ ପାଇଁ ମୁକୁଟ ତିଆରି କରନ୍ତି ଅଭିମନ୍ୟୁ ଙ୍କୁସରକାରୀ ପ୍ରୋତ୍ସାହନ ଯୋଗାଇ ଦେଲେ ଭଲ ହୁଅନ୍ତା ବୋଲି କହିଛନ୍ତି ପଡୋଶୀ।

Leave a Reply

Your email address will not be published. Required fields are marked *