Pratidin TV

Odisha's Digital News Platform

ବିବାହର ୭ ଦିନ ପରେ ଲିଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ ..

1 min read

ସାତ  ଜନ୍ମର ସାଥୀ ହୋଇ ରହିବା ପାଇଁ ପରସ୍ପରକୁ କଥା ଦେଇଥିଲେ, ହେଲେ ୭ ଦିନ ବି ଏକାଠି ରହିପାରିଲେନି। ଅନେକ ସ୍ୱପ୍ନ ବି ଦେଖିଥିଲେ। ହେଲେ ନା ସ୍ୱପ୍ନ ପୂରଣ ହୋଇପାରିଲା ନା ଏକାଠି ରହିପାରିଲେ। ବିବାହର  ୭ ଦିନ ନିଁଆର ଜଳିଗଲେ  ନବ ଦମ୍ପତିଙ୍କ ଆଉ ସେହି ନିଁଆରେ ଜଳିଗଲା ସେ ଦେଖିଥିବା ସ୍ବପ୍ନ  । ମାତ୍ର ସାତ ଦିନ  ତଳେ ପଡ଼ିଥିଲା ହାତ ଗଣ୍ଠି। ଲିଭିନି ଅଳତା, ହାତରୁ ଛାଡ଼ିନି ମେହେନ୍ଦି । ହେଲେ ଲଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ। ବାହାଘର ସାତଦିନରେ ଦିନରେ ସ୍ୱାମୀ-ସ୍ତ୍ରୀ ଗେମିଙ୍ଗ ଜୋନ୍ ରେ ଲାଗିଥିବା ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଛନ୍ତି  ।

ଆଉ ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲିଗଲେ ନବ ଦମ୍ପତି । ଆଜି ସେହି ଗେମିଙ୍ଗ ଜୋନ୍ ର ନିଁଆରେ ପଡିଗଲା ସୁଖ ସପନ । ସୂଚନାନୁସାରେ ଶନିବାର ସନ୍ଧ୍ୟାରେ ଗୁଜରାଟର ରାଜକୋଟର ଟିଆରପି ଗେମିଂ ଜୋନରେ ଘଟିଥିବା ଅଗ୍ନିକାଣ୍ଡରେ ଜଣେ ନବ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଭୟ ସପ୍ତାହ ତଳେ ବିବାହ କରିଥିବା ବେଳେ ଶନିବାର ରାଜକୋଟର ଟିଆପରପି ଗେମିଂ ଜୋନକୁ ବୁଲିବାକୁ ଯାଇଥିଲେ। ସେମାନଙ୍କ ସହ ନବ ବିବାହିତାଙ୍କ ଭଉଣୀ ମଧ୍ୟ ଥିଲେ।  ଶନିବାର ରାଜକୋଟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ନବ ବିବାହିତ ଅକ୍ଷୟ ଢୋଲରିଆ(୨୪) ଥିବାବେଳେ ତାଙ୍କ ପତ୍ନୀ ଖ୍ୟାତି(୨୦) ଏବଂ ଶାଳୀ ହରିତା ଅଛନ୍ତି।

ଅକ୍ଷୟ କାନାଡ଼ାରେ ବାପା-ମାଆଙ୍କ ସହ ରହୁଥିବା ବେଳେ କୋର୍ଟ ମ୍ୟାରେଜ ପାଇଁ ଭାରତ ଆସିଥିଲେ। ଗତ ରବିବାର ଅକ୍ଷୟ ଓ ଖ୍ୟାତିଙ୍କର କୋର୍ଟ ମ୍ୟାରେଜ୍ ହୋଇଥିଲା। ହେଲେ ଏପରି ଏକ ଅଚାନକ ଦୁର୍ଘଟଣା ସେମାନଙ୍କ ଜୀବନ ନେଇଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ମୃତକଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଅକ୍ଷୟ ପିନ୍ଧିଥିବା ମୁଦି ସାହାଯ୍ୟରେ ତାଙ୍କ ମୃତଦେହ ଚିହ୍ନଟ ହୋଇପାରିଛି। କିନ୍ତୁ ଖ୍ୟାତି ଏବଂ ହରିତାଙ୍କୁ ଚିହ୍ନଟ ପୋଇପରି ନାହିଁ। ଡିଏନଏ ପରୀକ୍ଷା ପାଇଁ ସେମାନଙ୍କ ମୃତଦେହ ପଠାଯାଇଛି।ସୂଚନା ଅନୁସାରେ, ଟିଆରପି ଗେମିଂ ଜୋନ୍ ରିହାତି ଦେଇଥିବାରୁ ଶନିବାର ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା। ଗେମିଂ ଜୋନରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି ଅଧିକାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *