ଦମ୍ପତ୍ତିଙ୍କ ନିଆରା ପ୍ରୟାସ : ୬୦ ପିଲାଙ୍କ ବାପାମାଁ ସାଜି କରୁଛନ୍ତି ଏଭଳି କାମ…
1 min readଭଦ୍ରକ : ବିବାହ ପରେ ସନ୍ତାନ ଆଶା ରେ ଦୀର୍ଘ ଦିନ ଗଲା , କିନ୍ତୁ ସନ୍ତାନ ଆଶା କ୍ଷୀଣ ହୋଇଗଲା । ସନ୍ତାନ କୁ ଶିକ୍ଷା ଦେବାର ସ୍ୱପ୍ନ ସାକାର କରିବା ପାଇଁ ଅଭିନବ ପଦକ୍ଷେପ ନେଲେ ଦମ୍ପତ୍ତି , ଶେଷ ରେ ଗାଁ ର ଅବହେଳିତ ଓ ଗରିବ ପରିବାର ର ପିଲା ଙ୍କୁ ଶିକ୍ଷାଦାନ ଆରମ୍ଭ କଲେ । ନିଜସ୍ୱ ଅର୍ଥ ସହ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ଟ୍ରଷ୍ଟ ମାଧ୍ୟମ ରେ 60 ରୁ ଅଧିକ ଅଧିବାସୀ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ ଆରମ୍ଭ କରିଛନ୍ତି ଦମ୍ପତ୍ତି । ତେବେ ଏମିତି ଏକ ଦମ୍ପତ୍ତି ଙ୍କ ବିଷୟ ରେ ଜାଣିବା ଭଦ୍ରକ ଜିଲ୍ଲା ରୁ ଯିଏ କି ଶିକ୍ଷାଦାନ ପାଇଁ ବହୁ ଉଦ୍ୟମ ଆରମ୍ଭ କରିଛନ୍ତି ।
ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଅଧିନ ବଗମରା ଅଂଚଳର ମହେଶ୍ବର ନାୟକ ଓ ଜୟଶ୍ରୀ ନାୟକ । ଦୁହେଁ କିନ୍ତୁ ନିଃସନ୍ତାନ । ମନ ରେ ସନ୍ତାନ ନଥିବାର ଦୁଃଖ ନାହିଁ, କାରଣ ଏବେ ତାଙ୍କ ସଂସାର ରେ ଯୋଡି ଯାଇଛନ୍ତି 60 ରୁ ଅଧିକ ପିଲା । ବିବାହ ପରେ ଦୀର୍ଘ ଦିନ ପରେ ମଧ୍ୟ ସନ୍ତାନ ନହେବାରୁ ଏବେ ସେ ନିଜକୁ ସମାଜ ସେବା ରେ ଉତ୍ସ୍ୱର୍ଗ କରିଛନ୍ତି । ଗାଁ ର ବହୁ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ନିଜର ସନ୍ତାନ ଭାବି ନେଇଛନ୍ତି । ମା ମଙ୍ଗଳା ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ ଗଠନ କରି 60 ରୁ ଅଧିକ ଛାତ୍ର ଛାତ୍ରୀ ଙ୍କୁ ସନ୍ଧ୍ୟା ରୁ ରାତି ପର୍ଯ୍ୟନ୍ତ ଶିକ୍ଷାଦାନ କରୁଛନ୍ତି । ଗାଁ ନିକଟ ମା ମଙ୍ଗଳା ଙ୍କ ମନ୍ଦିର ଠାରେ ଏକ ଚାଳିଆ କରି ପାଠ ପଢ଼ାନ୍ତି ମହେଶ୍ବର । ତାଙ୍କର ଏହି କାମ କୁ ସହଯୋଗ ଓ ସମର୍ଥନ ଜଣାଇଛନ୍ତି ତାଙ୍କ ସ୍ତ୍ରୀ ଜୟଶ୍ରୀ ।
ଦମ୍ପତ୍ତି ଙ୍କ ଏହି ଉଦ୍ୟମ କୁ ସହଯୋଗ ଜଣାଇଛନ୍ତି ଗ୍ରାମବାସୀ । ସ୍ଥାନୀୟ ଶିକ୍ଷିତ ଯୁବତୀ ମଧ୍ୟ ନିଜେ ପାଠ ପଢିବା ସହ ସନ୍ଧ୍ୟା ସମୟ ରେ ପାଠ ପଢ଼ାଉଛନ୍ତି । ତେବେ 60 ରୁ ଅଧିକ ଛାତ୍ରଛାତ୍ରୀ ଙ୍କ ପାଇଁ ଅନେକ ସହୃଦୟ ବ୍ୟକ୍ତି ସହଯୋଗ କରିଥାନ୍ତି । ଅନେକ ସମୟ ରେ ଖାଦ୍ୟ ସହ ଡ୍ରେସ ମଧ୍ୟ ଯୋଗାଇଥାନ୍ତି । ତେବେ ବିଦ୍ୟାଳୟ ରୁ ଆସିବା ପରେ ଛାତ୍ରଛାତ୍ରୀ ଙ୍କୁ ମାଗଣା ଶିକ୍ଷାଦାନ କରିବା ସହ ଆଦିବାସୀ ପିଲା ଙ୍କୁ ପାଠ ପଢ଼ାଇବା ଓ ପାଠ ପ୍ରତି ଆକୃଷ୍ଠ କରିବା ହେଉଛି ମୁଖ୍ୟଲକ୍ଷ । ତେବେ ଅଭିଭାବକ ମାନେ କୁହନ୍ତି ଯେ ସମସ୍ତ ପରିବାର ପିଲା ଙ୍କୁ ଟ୍ୟୁସନ ଦେବା ସମ୍ଭବ ନୁହେଁ କି ଅନେକ ଅଭିଭାବକ ପିଲା ଙ୍କୁ ଘରେ ପାଠ ପଢ଼ାଇ ପାରନ୍ତି ନାହିଁ , ତେଣୁ ସାର ଙ୍କ ର ଏହି ପ୍ରୟାସ ପାଇଁ ଛାତ୍ରଛାତ୍ରୀ ବେଶ ଭଲ ପାଠ ପଢୁଛନ୍ତି ।
ଦମ୍ପତ୍ତି ଙ୍କ ଏହି ପ୍ରୟାସ ପାଇଁ ଅନେକ ସହଯୋଗ ମିଳୁଛି ସତ , କିନ୍ତୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଘରଟିଏ ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହୁଅନ୍ତା ।