Pratidin TV

Odisha's Digital News Platform

ବିବାହ କାର୍ଡ ନା ଆଇପିଏଲ ଟିକେଟ , ନିମନ୍ତ୍ରଣ କାର୍ଡରେ ଆଇପିଏଲ ଥିମ , ଭାଇରଲ ହେଉଛି ଭିଡିଓ ..

1 min read

ବିବାହ କେବଳ ଗୋଟିଏ ଶବ୍ଦ ନୁହେଁ । ବିବାହ ହେଉଛି ଦୁଇ ମନର ମିଳନ । ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ହାତ ଧରିଥାଏ ସାଥୀ । ଦଶାଦୋଷକୁ କ୍ଷମା କରିବା ପାଇଁ ଶପଥ କରିଥାନ୍ତି ।ପୁଅ ହେଉବା ଝିଅ ଉଭୟ ନିଜ ବିବାହ କୁ ସ୍ମରଣୀୟ କରିବାକୁ ଅନେକ ସ୍ୱପ୍ନ ଦେଖିଥାନ୍ତି । ନିଜ ବିବାହକୁ ନିଆରା ଢଙ୍ଗରେ କରିବାପାଇଁ ପ୍ରୀୱେଡିଂ କରିଥାନ୍ତି । ପୁଣି ନିଜ ବିବାହକାର୍ଡରେ ନିଜ ଫଟୋ ଏବଂ ନିଆରା ଢଙ୍ଗରେ ଛାପନ୍ତି । ହେଲେ ଏବେ ନିଜ ବିବାହ କାର୍ଡକୁ ପୁରା ଆଇପିଏଲ ଥିମ ରେ କରିଛନ୍ତି ଯାହା ଏବେ ବେଶ ଭାଇରଲ ହେବାରେ ଲାଗିଛି । ତାମିଲନାଡୁର ଏହି ଦମ୍ପତି ଚେନ୍ନାଇ ସୁପର କିଙ୍ଗ୍ସ ର ଲଗୋ ବ୍ୟବହାର କରି ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡ ତିଆରି କରିଛନ୍ତି । ଯେଉଁଥିରେ ସିଏସକେ ଲୋଗୋ ଭିତରେ ବର ଏବଂ କନ୍ୟାର ନାମ ରହିଛି ।

ନିମନ୍ତ୍ରଣକାର୍ଡ ପୁରାପୁରି ଏକ ଆଇପିଏଲ୍ ଟିକେଟ୍ ଆକାରରେ ତିଆରି ହୋଇଛି ।କାର୍ଡ଼ରେ ବ୍ୟବହୃତ ହୋଇଥିବା ଭାଷା ମଧ୍ୟ କ୍ରିକେଟ୍ ମ୍ୟାଚ୍‌ରେ ବ୍ୟବହୃତ ଭାଷା ପରି ଲେଖା ହୋଇଛି । ଯେପରି ଲାଗୁଛି ଏହା ଏକ ମ୍ୟାଚର ବିବରଣୀ ପରି । ଯାହାର ଭିିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେଉଛି । ତେବେ ଏହି ନିମନ୍ତ୍ରଣ କାର୍ଡକୁ ୟୁଜର୍ସ ମାନେ ଲାଇକ୍ କରିବା ସହିତ ଉଭୟ ଦମ୍ପତ୍ତିଙ୍କ ଦାମ୍ପତ୍ୟଜୀବନ ସୁଖମୟ ହେଉ ବୋଲି କାମନା କରିଛନ୍ତି । କେଉଁ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୨ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ଏବଂ ୨୬ ମେ ପର୍ଯ୍ୟନ୍ତ ଚାଲିବ । ଟି -୨୦ ଟୁର୍ନାମେଣ୍ଟର ୧୭ ତମ ସଂସ୍କରଣ ଭାରତର ୧୩ ଟି ସହରରେ ଅନୁଷ୍ଠିତ ହେଉଛି ଏବଂ ୧୦ ଟି ଦଳ ୭୪ ଟି ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ହେଉଛି ଡିଫେଣ୍ଡିଂ ଚାମ୍ପିଅନ୍‌, ଗତ ସିଜନରେ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରି ପଞ୍ଚମ ଥର ପାଇଁ ବିଜେତା ହୋଇଛି ।

Leave a Reply

Your email address will not be published. Required fields are marked *