Pratidin TV

Odisha's Digital News Platform

ମଉଳିଲା ଅନୁଭବଙ୍କ ଆଶା; ବାହାଘର ବେଳର ଫଟୋ ପୋଷ୍ଟ କରି ଏମିତି କହିଲେ ବର୍ଷା

1 min read

ଭୁବନେଶ୍ୱର: କୋର୍ଟ ଦେଲା କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଝଟକା । ଅଦାଲତରେ ଆବେଦନ କରିଥିବା ବିବାହ ବିଚ୍ଛେଦ ହେଲା ଖାରଜ । କେବଳ ଅନୁଭବ ନୁହଁ ବର୍ଷା କରିଥିବା ଆବେଦନ ମଧ୍ୟ ଖାରଜ ହୋଇଛି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଆବଦେନକୁ ଖାରଜ କରି ଦେଇଛନ୍ତି କଟକ ପରିବାର ଅଦାଲତ । ବିବାହ ବିଚ୍ଛେଦ ମାମଲାକୁ ଫ୍ୟାମିଲି କୋର୍ଟ ଖାରଜ୍ କରିବା ପରେ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡ଼ିଆରେ ବିବାହ ସମୟର ଏକ ଫଟୋ ପୋଷ୍ଟ କରି ଜୟ ଜଗନ୍ନାଥ ଲେଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବୋହୂ ବେଶରେ ବେଦୀରେ ବସିଥିବା ଫଟୋ ସେୟାର୍ କରି ରାୟକୁ ସ୍ୱାଗତ କରିଛନ୍ତି ବର୍ଷା ।

ବହୁ ଚର୍ଚ୍ଚିତ ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲା । ପାରିବାରିକ ଅଦାଲତରେ ଶେଷ ହେଲା ମାମଲା । ବିବାହ ବିଚ୍ଛେଦକୁ ଅଗ୍ରାହ୍ୟ କଲେ କଟକ ପରିବାର ଅଦାଲତ । ଅନୁଭବ ମହାନ୍ତି କରିଥିଲେ ବିବାହ ବିଚ୍ଛେଦ ମାମଲା ।ଏକତ୍ର ରହିବା ନେଇ ବର୍ଷା କରିଥିବା ଆବେଦନ ମଧ୍ୟ ଅଗ୍ରାହ୍ୟ । ଅନୁଭବଙ୍କ ଓକିଲ ଲଳିତ ମିଶ୍ରଙ୍କ ସୂଚନା । ବହୁଚର୍ଚ୍ଚିତ ସାଂସଦ ସୁପରଷ୍ଟାର ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ପରିବାର ଅଦାଲତରେ ମାମଲା ଶେଷ ହୋଇଛି । ଅକ୍ଟୋବର ୩୦ ସୁଦ୍ଧା ମାମଲା ଶେଷ କରି ରାୟ ଦେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଦ୍ୱାରା ଆଗତ ଏକ ଟ୍ରାନ୍ସଫର ପିଟିସନର ଶୁଣାଣି କରି ତିନି ମାସ ମଧ୍ୟରେ କଟକ ପରିବାର ଅଦାଲତ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisement

ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ଅନେକ ନୂଆମୋଡ଼ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଜୀବନରୁ ଓହରି ଯିବା ଲାଗି ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ ଅନୁଭବ । ପିତାମାତା ସବୁବେଳେ ପିଲାଙ୍କର ଭଲ ଚାହାନ୍ତି । ଆଉ ଆମେ ଜାଣିଛେ କିଏ ଠିକ୍ ଏବଂ କିଏ ଭୁଲ୍ । କାଳ ବିଳମ୍ବ ନକରି ତୁରନ୍ତ ବର୍ଷା ତାଙ୍କ ଜୀବନରୁ ଓହରି ଯାଆନ୍ତୁ ବୋଲି ଅନୁଭବ ପୋଷ୍ଟ କରିଥିଲେ ।ସବୁକିଛି ଶେଷ ହୋଇଯିବା ପୂର୍ବରୁ ମୋ ବାପା ମାଆଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ବର୍ଷାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଅନୁଭବ ପୋଷ୍ଟ କରିଥିଲେ ।

Leave a Reply

Your email address will not be published. Required fields are marked *