Pratidin TV

Odisha's Digital News Platform

ସିଦ୍ଧରମୈୟାଙ୍କୁ ଲାଗିଲା ହାଇକୋର୍ଟ  ଝଟକା , ମୁଖ୍ୟମନ୍ତ୍ରୀଙ୍କ ଆବେଦନକୁ ଖାରଜ କଲା କୋର୍ଟ …

1 min read

 ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଲାଗିଲା ହାଇକୋର୍ଟ  ଝଟକା । ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଦୁର୍ନୀତି ମାମଲାରେ ରାଜ୍ୟପାଳ ତାଙ୍କ ବିରୋଧରେ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ କୋର୍ଟ ବୈଧ ବୋଲି ଦର୍ଶାଇଛନ୍ତି । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ସଠିକ ଦର୍ଶାଇ କୋର୍ଟ ଆଜି ଶୁଣାଣିରେ କହିଛନ୍ତି ଯେ ଆବେଦନରେ ଦର୍ଶାଯାଇଥିବା ତଥ୍ୟର ଅଧିକ ତଦନ୍ତର କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ କରିଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଏହି ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟପାଳ ଜଣେ ଅଧିକୃତ ବ୍ୟକ୍ତି ବୋଲି ଦର୍ଶାଇଛନ୍ତି ।

ବିଚାରପତି ଏମ ନାଗପ୍ରସାନ୍ନାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ସିଦ୍ଧରମୟାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ୍‌ ପୂର୍ବରୁ ସିଦ୍ଧରମୟାଙ୍କ ପତ୍ନୀ ପାର୍ବତୀ ସିଦ୍ଧରମୟାଙ୍କୁ ଏମ୍‌ୟୁଡିଏ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିକୁ କେନ୍ଦ୍ର କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପତ୍ନୀ ପାର୍ବତୀଙ୍କୁ ଦିଆଯାଇଥିବା ଜମିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ତାହାକୁ ସିଦ୍ଧରମୟା ତାହାକୁ ଚ୍ୟାଲେଞ୍ଜ୍‌ କରିଥିଲେ। ସେହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ରାଜ୍ୟପାଳ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇପାରିବେ। ଏମ୍‌ୟୁଡିଏ ମାମଲାରେ ସିଦ୍ଧରମୟାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ତିନିଜଣ କାର୍ଯ୍ୟକର୍ତ୍ତା ଟିଜେ ଅବ୍ରହାମ, ସ୍ନେହମଇ କୃଷ୍ଣା ଏବଂ ପ୍ରଦୀପ କୁମାର ଏସପି ଅଭିଯୋଗ କରିବା ପରେ ଏହି ବିବାଦ ଘନେଇଥିଲା।

Advertisement

Leave a Reply

Your email address will not be published. Required fields are marked *