Pratidin TV

Odisha's Digital News Platform

କୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ବିବାହ ନ କଲେ ମଧ୍ୟ ଲିଭ ଇନ୍‌ ପାର୍ଟନ ଅଲଗା ହେଲେ ମିଳିବ ଭତ୍ତା

1 min read

ଲିଭ ଇନ୍‌ରେ ରହି ପରେ ଅଲଗା ହୋଇଯାଉଥିବା ମିଳିବ ଭରଣପୋଷଣ | ଏହି ଘଟଣା ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ମହିଳାଙ୍କ ପାଇଁ ଏପରି କିଛି ପଦକ୍ଷପ ନେଇଛି ହାଇକୋର୍ଟ | ଜଣେ ପୁରୁଷ ସହ ରହୁଥିବା ମହିଳା ଆଇନଗତ ଭାବେ ବିବାହିତ ନ ହୋଇଥିଲେ ମଧ୍ୟ ଅଲଗା ହେବା ପର ଭରଣପୋଷଣ ଖର୍ଚ୍ଚ ଅଧିକାର ଅଛି | ଯଦି କୌଣସି ମହିଳା ନିର୍ଦ୍ଦିଷ୍ଟ ସମୟ ଧରି ଜଣେ ପୁରୁଷଙ୍କ ସହ ଲିଭ ଇନରେ ରହୁଛନ୍ତି, ତା’ହେଲେ ଅଲଗା ହେବା ପରେ ବି ମହିଳା ଜଣଙ୍କ ଭରଣପୋଷଣ ଖର୍ଚ୍ଚ ପାଇବାକୁ ହକଦାର। ମହିଳାଙ୍କୁ କ୍ଷତିପୂରଣ ମିଳିପାରିବ ବୋଲି କୋର୍ଟ କହିଛନ୍ତି।

ତେବେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିବା ସହ ସାଙ୍ଗରେ ଥିବା ମହିଳାଙ୍କୁ ମହିଳାଙ୍କୁ ଭରଣପୋଷଣ ବାବଦକୁ ମାସିକ ୧୫୦୦ ଟଙ୍କା ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଶୈଳେଶ ବୋପଚେ, ନିଜଠାରୁ ପ୍ରାୟ ୧୦ ବର୍ଷ ବଡ଼ ଅନୀତା ବୋପଚେଙ୍କ ସହ ରହୁଥିଲେ । ଏହା ସହ ଦମ୍ପତିଙ୍କର ମଧ୍ୟ ଏକ ସନ୍ତାନ ଥିବା ଜଣା ପଡ଼ିଛି । ଅନୀତାଙ୍କୁ ଭତ୍ତା ଦେବାକୁ କହିଥିଲେ ଟ୍ରାଏଲକୋର୍ଟ । କିନ୍ତୁ ଏହି ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଶୈଳେଶ । ସେ କହିଥିଲେ ଯେ, ନିଜର ବିବାହକୁ ସେ ପ୍ରମାଣିତ କରିପାରିବେ ନାହିଁ । ତେବେ ଅନୀତାଙ୍କର ଶୈଲେଶଙ୍କ ତରଫରୁ ଏକ ସନ୍ତାନ ଥିବାରୁ ଟ୍ରାଏଲ କୋର୍ଟ ତାଙ୍କୁ ଭତ୍ତା ପାଇବାକୁ ହକଦାର ବୋଲି କହିଥିଲେ । କୋର୍ଟ ରାୟରେ କହିଛି ଯଦି ଜଣେ ବ୍ୟକ୍ତି ଓ ମହିଳା ବାହା ନ ହୋଇ ବି ଏକାଠି ରହୁଥିବା ପ୍ରମାଣ ମିଳୁଛି, ତା’ହେଲେ ମହିଳାଙ୍କୁ ଅଲଗା ହେବା ପରେ କ୍ଷତିପୂରଣ ଦେବାକୁ କେବେ ହେଲେ ମନା କରାଯାଇ ପାରିବ ନାହିଁ।

Advertisement

ଭାରତରେ ଦିନକୁ ଦିନ ଲିଭ ଇନ ସମ୍ପର୍କ ଘଟଣା ବଢ଼ିବାରେ ଲାଗିଛି। ଲିଭ ଇନରେ ରହୁଥିବା ପୁଅ-ଝିଅ ପରବର୍ତ୍ତୀ ଅବସ୍ଥାରେ ଅଲଗା ହୋଇ ଯାଉଛନ୍ତି। କିନ୍ତୁ ଅଲଗା ହେଉଥିବା ଝିଅମାନଙ୍କୁ କୌଣସି ପ୍ରକାରର ଆଇନଗତ ସୁରକ୍ଷା ମିଳୁନାହିଁ। ତେଣୁ ଏପରି ଏକ ରାୟ ନିଶ୍ଚିତ ଭାବେ ଏକା ହୋଇଯାଉଥିବା ଝିଅ ଓ ମହିଳାମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *