Pratidin TV

Odisha's Digital News Platform

ଷ୍ଟାର ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦରେ ଭିନ୍ନ ମୋଡ଼…

1 min read

କଟକ: ଭିନ୍ନ ମୋଡ ନେଇ ବର୍ଷା ଅନୁଭବଙ୍କ ପାରିବାରିକା ବିବାଦ । ଅଦାଲତ ଲଢେଇରେ ସାଂସଦ ଅନୁଭବଙ୍କୁ ଲାଗିଛି ବଡ ଝଟକା । ହୋଇପାରିବନି ବର୍ଷା ଅନୁଭବଙ୍କ ଛାଡପତ୍ର । କଟକ ଫ୍ୟାମିଲି କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ତା ସହିତ ବର୍ଷାଙ୍କ ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଥିବା ଅନୁଭବଙ୍କ ଓକିଲ କହିଛନ୍ତି । ତେବେ ବର୍ଷାଙ୍କୁ ଛାଡ଼ପତ୍ର ଦେବାଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ, ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବର୍ଷା । ପରେ କଟକ ଫାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ । କଟକ ପରିବାର ଅଦାଲତରେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା । ଯାହାର ରାୟ ଆଜି ପ୍ରକାଶ ପାଇଛି । ତେବେ ରାୟ ପ୍ରକାଶ ପାଇବା ପରେ ସାଂସଦ ଅନୁଭବ ମହାନ୍ତି କହିଛନ୍ତି ତାଙ୍କର ନ୍ୟାୟପାଳିକା ଉପରେ ଯଥେଷ୍ଟ ବିଶ୍ୱାସ ଅଛି । ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ସେପଟେ ପରିବାର ଅଦାଲତଙ୍କ ରାୟକୁ ସେମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ । ତେବେ ଏ ସଂକ୍ରାନ୍ତରେ ପ୍ରତିପକ୍ଷ ବର୍ଷା ଙ୍କ ଓକିଲ ସିଦ୍ଧାର୍ଥ ଦାସ ପ୍ରତିକ୍ରିୟା ନିଜର ମଧ୍ୟ ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *