Pratidin TV

Odisha's Digital News Platform

ବଢିଲା ଅନୁଭବଙ୍କ ଅଡ଼ୁଆ,ଖାରଜ ହେଲା ଡିସଚାର୍ଜ ପିଟିସନ ..

ପୁଣିଆ ଅଡ଼ୁଆରେ ଅନୁଭବ । ଅନୁଭବ ମହାନ୍ତିଙ୍କ ନାଁ ରେ ଚାର୍ଜ ଫ୍ରେମ୍ ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ । ଜେ ଏମ ଏଫ୍ ସି ସ୍ଵତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ । ବର୍ଷାଙ୍କ ପକ୍ଷ ରୁ ସରକାରୀ ଓକିଲ ଆଫ୍ରୋଜ୍ ଅହମ୍ମଦ ଡିସଚାର୍ଜ ପିଟିସନ ଖାରଜ ପାଇଁ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ । ବର୍ଷାଙ୍କ ପକ୍ଷ ରୁ ପୁରୀଘାଟ ଥାନାରେ ହୋଇଥିବା ଘରୋଇ ହିଂସା ମାମଲା କୋର୍ଟରେ ବିଚାରଧିନ ଥିଲା । ଏହି ମାମଲାରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଗତକାଲି ଉଭୟ ପକ୍ଷ ରୁ ଶୁଣାଣୀ ହୋଇଥିଲା ।ମାମଲାର ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଗତକିଛିଦିନ ତଳେ ଟିକେଟ ଆଶାରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଅନୁଭବ । ହେଲେ ବିଜେପି ତାଙ୍କୁ ଟିକେଟ ନଦେଇ ଦଳର ଷ୍ଟାର ପ୍ରଚାରକ ଭାବେ ଦାୟିତ୍ୱ ଦେଇଛି , ଯାହାକୁ ରାଜନୀତିରେ ଚର୍ଚ୍ଚା ଚାଲିଛି । ଏପଟେ ଟିକେଟ ନପାଇ ଅନୁଭବ ଚିନ୍ତାରେ ରହିଥିବା ବେଳେ ପୁଣି ପୁଣି ଥରେ କୋର୍ଟରେ ତାଙ୍କର ଆବେଦନ ଖାରଜ ତାଙ୍କୁ ଅଡୁଆରେ ପକାଇଛି । ଏପଟେ ବର୍ଷା ବିଜେଡି ସାମିଲ ହେବାର ଗୋଟେ ଦିନ ନଯାଉଣୁ ତାଙ୍କୁ ବିଜେଡି ବଡଚଣାର ପ୍ରାର୍ଥୀ କରି ସରପ୍ରାଇଜ କରିଥିଲା । ଏବେ ବିଜେଡି ରୁ ଟିକେଟ ପାଇ ବଡଚଣାର ପ୍ରାର୍ଥୀ ହୋଇଛନ୍ତି ବର୍ଷା ।

Leave a Reply

Your email address will not be published. Required fields are marked *