Pratidin TV

Odisha's Digital News Platform

କୋର୍ଟ ଦେଲା କଠୋର ନିର୍ଦ୍ଦେଶ , ଭବିଷ୍ୟତରେ ରାମ ରହିମଙ୍କୁ ମିଳିବନି ପାରୋଲ …

1 min read

ଭବିଷ୍ୟତରେ ରାମ ରହିମଙ୍କୁ ମିଳିବନି ପାରୋଲ । ବାରମ୍ବାର ପାରୋଲରେ ଆସଥିବା ବାବା ରାମ ରହିମଙ୍କ ଉପରେ କଠୋରତା ପ୍ରଦର୍ଶନ କରିଛି କୋର୍ଟ । ଭବିଷ୍ୟତରେ କୋର୍ଟର ବିନା ଅନୁମତିରେ ପାରୋଲ ଦିଆଯିବ ଉଚିତ୍ ନୁହେଁ ବୋଲି କହିଛି ପଞ୍ଜାବ ଏବଂ ହରିୟାଣା କୋର୍ଟ । ରାମ ରହିମଙ୍କ ପୋରୋଲ ଆସନ୍ତା ମାର୍ଚ୍ଚ ୧୦ ରେ ଶେଷ ହେଉଛି । ଏହି ଦିନ ଆତ୍ମସମର୍ପଣ କରିବେ ରାମ ରହିମ । ହାଇକୋର୍ଟରେ ଶୁଣାଣି ସମୟରେ ବେଞ୍ଚ ହରିୟାଣା ସରକାରଙ୍କୁ କହିଥିଲେ ଯେ ଡେରା ମୁଖ୍ୟ ରାମ ରହିମଙ୍କ ପରି ଅନ୍ୟ କଏଦୀଙ୍କୁ ସମାନ ଢଙ୍ଗରେ ପାରୋଲ ଦିଆଯାଇଛି । ହାଇକୋର୍ଟ ହରିୟାଣା ସରକାରଙ୍କଠାରୁ ସୂଚନା ମାଗିଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣିରେ ସୂଚନା ଦିଆଯିବା ଉଚିତ ବୋଲି କୋର୍ଟ କହିଛନ୍ତି । ବଲତ୍କାର ଏବଂ ହତ୍ୟା ମାମଲାରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି ବାବା ରାମ ରହିମ । ନିକଟରେ ତାଙ୍କୁ ୫୦ ଦିନିଆ ପାରୋଲ ପ୍ରଦାନ କରାଯାଇଥିଲା ତେବେ ୨୦୨୩ ମସିହାରେ ଗୁରୁମିତ ରାମ ରହୀମ ସିଂଙ୍କୁ ତିନିଥର ପାରୋଲ ଦିଆଯାଇଥିଲା । ୨୦୨୨ ମସିହାରେ ମଧ୍ୟ ତାଙ୍କୁ ହରିୟାଣାର ରୋହତକର ସୁନାରିଆ ଜେଲରୁ ତିନିଥର ଛାଡି ଦିଆଯାଇଥିଲା । ଶିରୋମଣି ଗୁରୁଦ୍ୱାର ପାର୍ବନ୍ଧକ କମିଟି (ଏସଜିପିସି) ରାମ ରହୀମଙ୍କୁ ପାରୋଲ ପ୍ରଦାନକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ତାଙ୍କ ଆବେଦନର ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଶୁଣାଣି କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *