Pratidin TV

Odisha's Digital News Platform

ରାଜ୍ୟରେ ସରିଯିବ କୋଭିସିଲ୍‌ଡ

ଭୁବନେଶ୍ୱର : ରାଜ୍ୟରୁ ସରିପାରେ କୋଭିସିଲଡ,ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏବେ ରାଜ୍ୟରେ ମାତ୍ର ୨ଲକ୍ଷ ୨୧ ହଜାର ଡୋଜ୍ କୋଭିସିଲ୍‌ଡ ରହିଛି । ସବୁ ଜିଲ୍ଲାରେ କୋଭିସିଲଡ ଦିଆଯାଉଥିଲା ବେଳେ ,ଅଧିକ ଦରକାର ପଡିଛି ପ୍ରିକସନ୍ ଡୋଜ୍ । ଏଯାଏ ରାଜ୍ୟରେ ପ୍ରାୟ ୭ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା ମହଜୁଦ ଅଛି ।

ପର୍ଯ୍ୟପ୍ତ ପରିମାଣରେ କୋଭାସିଲ୍‌ଡ ଓ କୋଭାକ୍ସିନ ପାଇଁ କେନ୍ଦ୍ରକୁ ସୂଚନା ଦିଆଯିବ ବୋଲି କହିଲେ ସୂଚନା ପରିବାର କଲ୍ୟାଣ ନିର୍ଦ୍ଧେଶକ । ତେବେ ୧୮ ରୁ ୫୯ ବର୍ଷ ବର୍ଗରେ ୪ ଲକ୍ଷ ୩୬ ହଜାର ଲୋକେ ପ୍ରିକସନ ଡୋଜ ନେଇ ସାରିଥିବା ସୁଚନା ମିଳିଛି । ପର୍ଯ୍ୟପ୍ତ ପରିମାଣରେ କୋଭାସିଲ୍‌ଡ ଓ କୋଭାକ୍ସିନ ପାଇଁ କେନ୍ଦ୍ରକୁ ସୂଚନା ଦିଆଯିବ ବୋଲି କହିଲେ ସୂଚନା ପରିବାର କଲ୍ୟାଣ ନିର୍ଦ୍ଧେଶକ ।

Leave a Reply

Your email address will not be published. Required fields are marked *