Pratidin TV

Odisha's Digital News Platform

ଭାରତକୁ ପୁଣି କରୋନା ଭୟ : ଜାରିହେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଗୁଆ ଆଡଭାଇଜରୀ ..

1 min read

ନୂଆଦିଲ୍ଲୀ : ବିିଶ୍ୱରେ ପୁଣି ଥରେ କରୋନା ତାର କାୟା ବିସ୍ତାର କରୁଛି । ଚୀନ , ଆମେରିକା ସମେତ ଅନେକ ଦେଶରେ କରୋନା ହୁ ହୁ ହୋଇ ପୁଣି ଥରେ ବ୍ୟାପିବାରେ ଲାଗିଛି । କିନ୍ତୁ ଭାରତରେ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ ବିଶ୍ୱର ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଆଗୁଆ ପଦକ୍ଷେପ ନେଇଛି ।

ଏନେଇ ଡିସେମ୍ବର ୨୧ ଅର୍ଥାତ୍ ଆଜି କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରୀ ଶ୍ରୀ ମାନସୁକ୍ ଏଲ୍ ମାଡଭିୟା ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ସହ ପୁରା ଦେଶକୁ ସଚେତନ୍ ରହିବାକୁ କହିଛନ୍ତି । ଯଦି ଭାରତ ଆଗୁଆ ସଚେତନ ରହିବ ତେବେ କରୋନା ଆମର ଆଗ ଭଳି କ୍ଷତି କରିପାରିବନାହିଁ । ସେହିଭଳି ନୀତି ଆୟୋଗ ସଦସ୍ୟ ଡଃ ବିକେ ପଲ୍ କହିଛନ୍ତି, ଯଦି ଆପଣ ଭିଡ ଥିବା ସ୍ଥାନରେ, ଘରେ କିମ୍ବା ବାହାରେ ଅଛନ୍ତି ତେବେ ମାସ୍କ ବ୍ୟବହାର କରନ୍ତୁ। ଏହା କମ୍ ବୟସ୍କ ଓ ଅଧିକ ବୟସ୍କ ଲୋକଙ୍କ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ। ବର୍ତ୍ତମାନ ସୁଦ୍ଧା କେବଳ ୨୭ରୁ ୨୮ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି। ଆମକୁ ଏହାକୁ ବଢ଼ାଇବାକୁ ହେବ। ବୁଷ୍ଟର ଡୋଜ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ବରିଷ୍ଠ ନାଗରିକମାନେ ଏହାକୁ ଖୁବଶୀଘ୍ର ନେବାକୁ ସେ ନିବେଦନ କରିଛନ୍ତି।
ତେବେ ଗତ ସେପ୍ଟେମ୍ବର ମାସରେ ଭାରତରେ ଜିନୋମ ସର୍ଭିଲାନ୍ସରେ ତିନି ଥର BF.7  କରୋନା ଭାରିଏଣ୍ଟ ଚିହ୍ନଟ କରାଯାଇଛି। ଏହି ଭାରିଏଣ୍ଟରେ ହିଁ ଚୀନ୍ର ଲୋକେ ସଂକ୍ରମିତ ହୋଇଛନ୍ତି। ତେଣୁ ସମସ୍ତ ରାଜ୍ୟରେ ଲୋକଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି।

Advertisement

ଇନାରେ ଭୟଙ୍କର ରୂପ ଧାରଣ କରିଛି କରୋନା ସଂକ୍ରମଣ। ରାଜଧାନୀ ବେଜିଂ ସମେତ ସହରାଞ୍ଚଳରେ ସ୍ଥିତି ଅତି ସାଂଘାତିକ ଥିବା ବେଳେ, ସମଗ୍ର ଦେଶକୁ ମହାମାରୀ କବଳିତ କରିବା ଆଶଙ୍କା ବଢିଯାଇଛି। ଦେଶର ୬୦ ପ୍ରତିଶତ ଲୋକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞ କହିଛନ୍ତି। ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଇଁ ଜାଗା ନାହିଁ। ଶ୍ମଶାନରେ ସଂସ୍କାର କରିବାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ତେଣୁ ଶ୍ମଶାନ ଓ ଶବ ଘରେ ପଡ଼ିରହିଛି ଶହ ଶହ ମୃତଦେହ।କେବଳ ଚାଇନା ନୁହେଁ ବର୍ତ୍ତମାନ ଅନ୍ୟ ୪ ଦେଶ ଯଥା -ଆମେରିକା, ଜାପାନ, ବ୍ରାଜିଲ ଏବଂ କୋରିୟାରେ ମଧ୍ୟ କୋଭିଡ୍ ବିସ୍ଫୋରଣ ଦେଖାଦେଇଛି।

Leave a Reply

Your email address will not be published. Required fields are marked *