Pratidin TV

Odisha's Digital News Platform

ରାଜ୍ୟରେ ପୁଣି ଉପର ମୁହାଁ କରୋନା : ୨୪ ଘଣ୍ଟାରେ ୧୧୭୪ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର :ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୧୭୪ ପଜେଟିଭ ବାହାରିଥିବା ବେଳେ । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୮୮ଜଣ,ସ୍ଥାନୀୟ ସଂକ୍ରମଣରୁ ୪୮୬ ଜଣ ଥିବାବେଳେ ୧୮ ବର୍ଷରୁ କମ ବର୍ଗ ମଧ୍ୟରେ ୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୬ ଜଣ ,ସୁନ୍ଦରଗଡରୁ୨୬୧,ମୟୁରଭଞରୁ୮୭,ସମ୍ବଲପୁରରୁ୮୯,କଟକରୁ,ନୟାଗଡ୨୫,ବରଗଡରୁ୨୩କଳାହାଣ୍ଡିରୁ୧୯,କୋରାପୁଟରୁ୧୬,ନୂଆପଡରୁ୯,ଭଦ୍ରକରୁ୭,ଜଗତସିଂହପୁରରୁ୧୧,ବଲାଙ୍ଗିରରୁ୩୨ଓକନ୍ଧମାଳରୁ୨୮,ଯାଜପୁରରୁ୧୬,ଦେଓଗଡରୁ୯ଓଗଜପତିରୁ୫,ନବରଙ୍ଗପୁରରୁ୧୬ଓପୁରୀରୁ୮,ଝାରସୁଗୁଡା୧୩,ବୌଦ୍ଧ୪,ବାଲେଶ୍ୱରରୁ୧୬,ଗଞାମରୁ୩ ଓ ମାଲକାନାଗିରିରୁ ୧ଜଣ ଆକ୍ରାନ୍ତ ଚିହ୍ନଟ ।


ସେହିପରି ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୧୩ଲକ୍ଷ ୯ହଜାର ୮୫କୁ ବୃଦ୍ଧି ପାଇଥିବାବେଳେ ,ନୂଆସୁସ୍ଥ ସଂଖ୍ୟା ୧୨୧୬ କୁ ମିଶାଇ ସର୍ବମୋଟ ୧୨ ଲକ୍ଷ ୯୨ ହଜାର ୮୮୫ ଜଣ ଆକ୍ରାନ୍ତ ଏଯାଏ ସୁସ୍ଥ ହୋଇ ଫେରିଲେଣି ।

Leave a Reply

Your email address will not be published. Required fields are marked *