ପୁଣି ରାଜଧାନିରେ ବଢିଲା କଟକଣା : ତେବେ ଜାଣନ୍ତୁ କ’ଣ ରହିଛି ନିୟମ
1 min readଭୁବନେଶ୍ୱର : ଖୋର୍ଦ୍ଧାରେ ବଢୁଥିବା ସଂକ୍ରମଣ ଓ ମହାନଗରୀର ପ୍ରତିଦିନିଆ ଭିଡ କୁ ଲକ୍ଷ୍ୟ କରି ,ମହାନଗରୀ ନିଗମ ଅଧିକାରୀ ,ଗଣଶିକ୍ଷା ବିଭାଗ ଅଧିକାରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ବିଏମସି କାର୍ଯ୍ୟାଳୟର ଏକ ବୈଠକରେ କରୋନାର ନିୟମକୁ କଡାକଡି କରାଯିବାକୁ ନିଷ୍ପତି ନିଆଯାଇଛି ।
ତେବେ ପ୍ରଥମେ ସ୍କୁଲ କ୍ୟାମ୍ପସ କୁ ପ୍ରାଧାନ୍ୟ ଦିଆଯାଇଛି କାରଣ ୧୮ ବର୍ଷ ମଧ୍ୟରେ ଥିବା ପିଲାଙ୍କୁ ଭ୍ୟକ୍ସିନ୍ ର ମାତ୍ର ଗୋଟିଏ ଡୋଜ୍ ଦିଆଯାଇଥିବା ବେଳେ ୧୫ ବର୍ଷରୁ ତଳକୁ ଥିବା ପିଲାଙ୍କ ପାଇଁ ଟିକାକରଣର କୌଣସି ବ୍ୟବସ୍ଥା ନଥିଲା । ଯାହାକି ଛୋଟ ପିଲାମାନଙ୍କ ପାଇଁ ଚିନ୍ତାର କାରଣ ବା ଆମେ ଏମିତି କହିପାରିବା ସଂକ୍ରମଣ ସେମାନଙ୍କୁ ଜଲ୍ଦି ହୋଇପାରେ ,ସେଥିପାଇଁ ରାଜଧାନୀରେ ସମସ୍ତ ସ୍କୁଲ ଓ କଲେଜ କ୍ୟାମ୍ପସରେ ମାସ୍କକୁ ବାଧ୍ୟତାମୂଳକ କରାଯିବ । ଥଣ୍ଡା,ଜ୍ୱର,କାଶ ହେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ନ ଆସି ଘରେ ରହିବାକୁ ନିର୍ଦ୍ଧେଶ ଦିଆଯିବ ।
ପିଲାମାନେ ଯେପରି କ୍ୟାମ୍ପସରେ କଟକଣାକୁ ଠିକ୍ ଭାବେ ପାଳନ କରନ୍ତି । ପ୍ରଧାନଶିକ୍ଷକ,ଶିକ୍ଷକ,ଶିକ୍ଷୟତ୍ରୀ ସେଥିପ୍ରତି ବିଶେଷ ଭାବେ ଦୃଷ୍ଟିଦେବେ ।ସ୍କୁଲକୁ ପ୍ରବେଶ କରିବା ଦ୍ୱାରରେ ସାନିଟାଇଜରର ବ୍ୟବସ୍ଥା ବାଧୟତାମୂଳକ ରଖାଯିବ ।ଏଥିସହ ୧୫ ବର୍ଷରୁ କମ ପିଲାମାନଙ୍କ ପାଇଁ ଶ୍ରୀଘ୍ର ଶତ ପ୍ରତିଶତ ଟିକାକରଣ ର ଆୟୋଜନ କରାଯିବ । ତେବେ ପିଲାଙ୍କ ଟିକାକରଣ ନେଇ ସ୍କୁଲଗୁଡିକୁ ଆସନ୍ତା ତିନି ଦିନ ମଧ୍ୟରେ ନିର୍ଦ୍ଧାରିତ ପୋର୍ଟାଲ ବିଇଓଙ୍କ ମାର୍ଫତରେ ବିଏମସି ନିକଟରେ ରିପୋର୍ଟ ଦାଖଲ କରିବେ ।