ରାଜ୍ୟରେ ୩ ଛୁୁଇଁଲା କରୋନା ପଜେଟିଭ୍ , ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରିବାକୁ ବିଶେଷଜ୍ଞଙ୍କ ପରାମର୍ଶ….
1 min readଭୁବନେଶ୍ୱର ; ପୁଣି ରାଜ୍ୟରେ କୋକୁଆଭୟ ଖେଳାଇଳାଣି କରୋନା ମହାମାରୀ । ବଢୁଛନ୍ତି ପଜେଟିଭ୍ ରୋଗୀ , ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ବିଭାଗ । ମହାମାରୀର ଛାତିଥରା ଦୃଶ୍ୟ ଏବେବି ଲୋକଙ୍କ ମନକୁ ଥରାଇଦେଉଥିବା ବେଳେ , ରାଜ୍ୟରେ ପୁଣି ଥରେ ଏହା ନିଜ କାୟା ବିସ୍ତାର କଲାଣି । ଆଜି ଓଡିଶାରୁ ଆଉ ଜଣେ କୋଭିଡ୍ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୩ ରେ ପହଞ୍ଚିଛି । କିନ୍ତୁ ଓଡିଶାର କେଉଁ ରାଜ୍ୟରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ନେଇ ଆଶଙ୍କା କରିଛି ହୁ । ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, ତାମିଲନାଡୁ, କେରଳ ସମେତ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଦେଖିବାକୁ ମିଳୁଛି ।
ଦେଶରେ ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବା ବେଳେ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇନେବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି । ଏହା ସହ ବୟସ୍କ କିମ୍ବା ଥଣ୍ଡା ଜ୍ୱରରେ ପିଡିତ ଥିବା ରୋଗୀ ମାନଙ୍କୁ ମାସ୍କ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।