Pratidin TV

Odisha's Digital News Platform

କରୋନା ଭାଇରସ୍‌କୁ ନେଇ ବିଶେଷଜ୍ଞଙ୍କ ବଡ ଖୁଲାସା : ଲ୍ୟାବରୁ ନୁହେଁ ବରଂ ଏହି ପଶୁ ଠାରୁ ବ୍ୟାପିଛି ଭାଇରସ୍

1 min read

ନୂଆଦିଲ୍ଲୀ : ଲ୍ୟାବରୁ ନୁହଁ ବରଂ ପଶୁ ଠାରୁ ଉତ୍ପତି ହୋଇଥିଲା କୋରନା ଭାଇରସ । ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ବଡ ବୟାନ । ରାକୁନ୍ କୁକୁରଠାରୁ ହୋଇଥିଲା କୋଭିଡ୍‌ର ଉତ୍ପତି । ଚୀନର ଉହାନ ମାର୍କେଟରୁ ରାକୁନ୍ ନାମକ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଲୋମଶ କୁକୁରଠାରୁ ମାରାତ୍ମକ କୋଭିଡ୍‌-୧୯ ମହାମାରୀର ଉତ୍ପତି ହୋଇଥିଲା ବୋଲି ଭୂତାଣୁ ବିଶେଷଜ୍ଞମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍ ଜାଣିବାକୁ ପାଇଛନ୍ତି ।

Advertisement

ମହାମାରୀକୁ ୩ ବର୍ଷ ହୋଇଥିବାବେଳେ ଏହାର ଉତ୍ପତି ସମ୍ପର୍କରେ ଏବେ ବି ସ୍ପଷ୍ଟ ଚିତ୍ର ମିଳିନାହିଁ । ଏହା ବାଦୁଡ଼ିଠାରୁ ଆସିଥିଲା ନା ଲାବରେଟୋରିରୁ ଲିକ୍ ହୋଇଥିଲା, ତାହାକୁ ନେଇ ରାଜନୈତିକ ଓ ବୈଜ୍ଞାନିକ ବିତର୍କ ଜାରି ରହିଛି । ତେବେ ଆରିଜୋନା, ଉଟାହ ଏବଂ ସିଡ୍‌ନି ୟୁନିଭର୍ସିଟିର ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଏକ ନୂଆ ଅଧ୍ୟୟନ ଅନୁଯାୟୀ ରାକୁନ୍ ଡଗ୍‌ଠାରୁ ଏହି ଭୂତାଣୁ ବ୍ୟାପିଥିଲା ।

୨୦୨୦ ଜାନୁୟାରୀରେ ହୁଆନାନ୍ ସିଫୁଡ୍ ହୋଲସେଲ୍ ମାର୍କେଟ ଓ ଏହାର ଆଖପାଖରୁ ସଂଗ୍ରହ କରାଯାଇଥିବା ସ୍ୱାବ୍‌ର ଜେନେଟିିକ୍ ତଥ୍ୟ ଆଧାରରେ ଏହି ଅଧ୍ୟୟନ କରାଯାଇଛି । ଅଧିକାଂଶ ଜେନେଟିକ୍ ପଦାର୍ଥ ରାକୁନ୍ ଡଗ୍ ସହ ମେଳ ଖାଉଥିବା କୁହାଯାଇଛି । ଏହି ପ୍ରଜାତିର କୁକୁର ଦେଖିବାକୁ କୋକିଶିଆଳି ଭଳି ଏବଂ କୋଭିଡ୍ ଭୂତାଣୁ ସଂକ୍ରମଣ ପାଇଁ ସମର୍ଥ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *