Pratidin TV

Odisha's Digital News Platform

ଓଡିଶାରେ ବଢୁଛି କସେଇ ସଂଖ୍ୟା ; ଆଇଚରରେ ହଜାର ହଜାର ଖଣ୍ଡ ଗୋ’ମାଂସ ଜବତ….

1 min read

ବାଙ୍କୀ : ଓଡିଶାରେ ବଢୁଛି କସେଇ ସଂଖ୍ୟା । ଗୋରୁଙ୍କୁ ହତ୍ୟା କରି ଚାଲିଛି ଲୁଚା ଛପା ଚାଲାଣ । କେତେକ ଖୁଲାମ ଖୁଲା ଏହି କାର୍ଯ୍ୟ କରୁଥିବା ବେଳେ ଅନେକ ପୋଲିସ ହାତରେ ଧରାପଡୁଥିବା ବେଳେ ଆଉ କିଛି ଚତୁରାତର ସହ ଖସିଯାଉଛନ୍ତି । ତେବେ ରାଜ୍ୟରେ ପୁଣି ଜବତ ହେଲା ଗୋ ମାଂସ ବୋଝେଇ କଣ୍ଟେନର । ଗାଡ଼ିରେ ଭର୍ତି ହୋଇ ରହିଛି ଟନ ଟନ ଗୋ ମାଂସ । ଏବେ ଗୋ ମାଂସ ଚାଲାଣ କାରିଙ୍କ ଯେମିତି ଭୂସ୍ବର୍ଗ ପାଲଟିଛି ବାଙ୍କୀ, ଆଠଗଡ଼ ଓ ତିଗିରିଆ ଆଦି ଅଞ୍ଚଳ । ପୋଲିସର ନାକ ନିଶ ତଳେ ଏମିତି ବେଧଡ଼କ ଚାଲାଣ ଏବେ ଯେମିତି ଏକ ଚାଲେଞ୍ଜ ସୃଷ୍ଟି କରିଛି ପୋଲିସ ଓ ପ୍ରଶାସନ ପାଇଁ । ପୂର୍ବରୁ ବହୁବାର ଏହି ଅଞ୍ଚଳରୁ ଏଭଳି ଗୋ ମାଂସ ବୋଝେଇ କଣ୍ଟେନର ଜବତ ହୋଇଥିବା ବେଳେ କାଲି ବିଳମ୍ବିତ ରାତ୍ରିରେ,ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଅଞ୍ଚଳରୁ ଏକ ଆଇଚର ସହ କଟା ଗୋରୁ ମାଂସ ଜବତ କରିଛନ୍ତି କଳାପଥର ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ।

ଘଟଣାରୁ ପ୍ରକାଶ ଗତ କାଲି ରାତିରେ ଖବର ପାଇଁ ବାଙ୍କୀ ଏବଂ କଳାପଥର ବଜରଙ୍ଗ ଦଳର କର୍ମୀମାନେ ତିଗିରିଆ ଅଞ୍ଚଳରୁ ଆସୁଥିବା ଗୋରୁ ଗାଡି ଆସିବା ନେଇ ଛକି ବସିଥିବା ବେଳେ, ଜବତ କରିଛନ୍ତି କଣ୍ଟେନରର ସେହି ଗାଡି । ଏବଂ ଯାହାର ନମ୍ବର MH13D,Q9798 ବୋଲି ଜଣାପଡିଛି । ଗାଡି ରେ ପଲିଥିନ ଭର୍ତ୍ତି ହଜାରୁ ଉର୍ଦ୍ଧ କଟା ଯାଇଥିବା ଗୋରୁ ମାଂସ ସହ ଦୁଇ ଡ୍ରାଇଭ ଙ୍କୁ ଏବେ ବୈଦେଶ୍ଵର ପୋଲିସ ଅଟକ ରଖିଛି । ଏବଂ ଏହି ଘଟଣା କଳାପଥର ଅଞ୍ଚଳ ରେ ପ୍ରଚାର ହେବା ପରେ ଜନସାଧାରଣ ଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Advertisement

ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ କାହିଁକି କୌଣସି ଦୃଢ଼ ପଦକ୍ଷେପ ନେଉନାହିଁ ପ୍ରଶାସନ । ପ୍ରଶାସନ ବା ପୋଲିସ ବିଭାଗ ର ଏ ନିଷ୍କ୍ରିୟତା କୁ ନେଇ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଜନ ସାଧାରଣରେ । ଏବଂ ଏସବୁ ବୋଧ ହୁଏ ପୋଲିସ ର ପୃଷ୍ଠପୋଷକତାରେ ଚାଲୁରହିଛି ବୋଲି ଏବେ ଅଭିଯୋଗ କଲେଣି ଜନସାଧାରଣ ।

Leave a Reply

Your email address will not be published. Required fields are marked *