Pratidin TV

Odisha's Digital News Platform

ରାଜ ରାସ୍ତାରେ ଅବହେଳିତ ଗୋମାତା ..

ଖୋର୍ଦ୍ଧା : ଦିନ ଥିଲା ଲୋକେ ଗୋମାତାଙ୍କୁ ନିଜ ଘର ପରିବାର ସଦସ୍ୟଙ୍କ ଠାରୁ ଅଧିକ ଆଦର କରୁଥିଲେ । କୌଣସି ଗୋମାତା ଘରକୁ ଆସିବା ବିଳମ୍ବ ହେଲେ ଘରେ ଭାଳେଣି ପଡି ଯାଉଥିଲା । ଲୋକେ ଯେମିତି ହେଲେ ଗୋ ମାତାଙ୍କୁ ବାହାରୁ ଖୋଜି ଆଣିବାରେ ସମର୍ଥ ହେଉଥିଲେ । ବର୍ତ୍ତମାନ କିନ୍ତୁ ଏସବୁ ଆଇ ମା କାହାଣୀ ଗପ ପାଲଟିଯାଇଛି । ଲୋକେ ଏବେ ଗୋ ମାତାଙ୍କ ଠାରୁ ଦୂରେଇ ଗଲେଣି ପୂର୍ଭଭଳି ଲୋକମାନଙ୍କ ମନରେ ଗୋମାତାଙ୍କ ପ୍ରତି ଭଲପାଇବା କିମ୍ବା ସ୍ନେହ ଆଉ ଦେକାଯାଉ ନାହିଁ ।

କେଵଳ ଗାଇ କ୍ଷୀର ଦେବା ବେଳକୁ ଘରକୁ ଆଣୁଛନ୍ତୁ ଲୋକେ , ନଚେତ୍ ଗୋ ମାତାଙ୍କୁ ବାହାରେ ଛାଡି ଦେଊଛନ୍ତି । ଯେଉଁଥି ପାଇଁ କି ପ୍ରତିଦିନ ଘଟୁଛି ଦୁର୍ଘଟଣା , ଆଜି ଭୋର୍ ସମୟରେ ୧୬ ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ଦୁର୍ଘଟଣା ଘଟି ୭ ରୁ ଅଧିକ ଗୋରୁଙ୍କର ଗୋଇଠି ଆସନ ଘଟିଛି । ୫ରୁ ଅଧିକ ଗୋରୁ ଗୋରୁ ଗୁରୁତର ହୋଇଥିବା ଜଣା ପଡିଛି । ମଶା ଦାଉରୁ ରକ୍ଷା ପାଇବା ପାଇଁ ଜାତୀୟ ରାଜପଥରେ ଗୋରୁ ମାନେ ଶୋଇ ରହିଥିବା ବେଳେ ଗୋରୁ ପଲ ଉପରେ କୌଣସି ଅଜଣା ଗାଡି ମାଡି ଯିବାରୁ ଗୋରୁ ମାନଙ୍କର ଏଭଳି ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *