Pratidin TV

Odisha's Digital News Platform

(ଭିଡ଼ିଓ) ଖାଦ୍ୟ ଲୋଭରେ ଚାଲିଆସୁଛନ୍ତି ଗାଈ; ମାଫିଆ ଟେକି ନେଇ କରିି ଦେଉଛନ୍ତି ମୁଣ୍ଡଗଣ୍ଡି ଅଲଗା

1 min read

ଭୁବନେଶ୍ୱର: ନାଁ କୁ ମାତ୍ର ମଟନ କିନ୍ତୁ ବିକ୍ରି କରୁଛନ୍ତି ଛେଳି ବଦଳରେ ଗୋ ମାଂସ । ତାପୁଣି ଏକ ନିଛାଟିଆ ଜାଗା ନେଇ ଚଳାଇଛନ୍ତି ବେପାର । ଆଉ ହେଉଛନ୍ତି ମାଲାମାଲ । ଜଙ୍ଗଲ ଭିତରେ ଭଙ୍ଗା ଘର ଆଢୁଆଳରେ ବଳି ପଡୁଛନ୍ତି ଶହଶହ ଗୋମାତା । ପ୍ରଶାସନକୁ ଚଖମା ଦେଇ ଦୀର୍ଘ ଦିନ ହେଲା ଚାଲିଛି ଗୋମାଫିଆଙ୍କ ଏଭଳି ଘୃଣ୍ୟ କାମ । ସେପୁଣି ଅନ୍ୟ କେଉଁଠି ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱରେ ହେଉଛି । ଶୈଳଶ୍ରୀ ବିହାର ଭକ୍ତି ବିହାର ର ଜଙ୍ଗଲ ଅଞ୍ଚଳରେ ଗୋରୁ ମାଫିଆ ମାନେ ଚଳାଇଛନ୍ତି ତାଙ୍କ ଆଡ୍ଡା । ନୀରିହ ଗୋରୁ ଙ୍କୁ ମାରି ଛେଳି ମାଂସ କହି ଲୋକଙ୍କୁ ବୁଲାଉଛନ୍ତି ଭୁଆଁ । ଖାଦ୍ୟଲୋଭ ଦେଖାଇ ଗୋରୁଙ୍କୁ ଉଠାଇ ଆଣି କରୁଛନ୍ତି ହତ୍ୟା । ଏହାପରେ ଗୋଟେ ଗୋଟେ କରି ଗୋରୁଙ୍କ ମୁଣ୍ଡ ଗଣ୍ଡି ଅଲଗା କରି କରୁଛନ୍ତି ବେପାର । ତାପୁଣି ମଟନ ଚିକେନ ନାଁରେ ଲୋକଙ୍କୁ ଦେଉଛନ୍ତି ଗୋମାଂସ ।

Advertisement

Leave a Reply

Your email address will not be published. Required fields are marked *