Pratidin TV

Odisha's Digital News Platform

ଟ୍ରକରେ ଅମାନୁଷିକ ଭାବେ ବାନ୍ଧି ନେଉଥିଲେ ଗୋରୁଙ୍କୁ , ବାଟରେ ମାଡିବସିଲେ ହିନ୍ଦୁ ପରିଷଦ …

ଭୁବନେଶ୍ୱର ; ବେଆଇନ ଗୋ ଚାଲାଣ ବେଳେ ଧରା ପଡିଲା ଗୋରୁ ବୋଝେଇ ଟ୍ରକ। ଅମାନୁଷିକ ଅମାନବୀୟ ଭାବେ
ଗୋରୁଙ୍କୁ ଛନ୍ଦା ଛନ୍ଦି କରି ଦଉଡାରେ ବାନ୍ଧି ବେଆଇନ ଚୋରା ଚାଲାଣ ହେଉଥିବା ବେଳେ ଧରା ପଡିଛି ଗୋରୁ ବୋଝେଇ ଟ୍ରକ। ଟ୍ରକରେ ୨୦ ରୁ ଉର୍ଧ୍ଵ ଗାଇ ଓ ବଳଦ ଚୋରା ଚାଲାଣ ହେଉଥିଲା । ସୂଚନା ଅନୁଯାୟୀ ଟ୍ରକଟି ସାକ୍ଷୀଗୋପାଳରୁ ଆସିଥିବା ବେଳେ ଭଦ୍ରକ ଚାଲାଣ ହେଉଥିଲା। ତାହା ପୁଣି ଦୁଇଦୁଇଟି ଗାଡି ନମ୍ବର ଥିବା ୪୦୭ ଟ୍ରକରେ । ଗୋଟିଏ ଓଡ଼ିଶାର ହୋଇଥିବା ବେଳେ ଆଉ ଗୋଟେ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି ।

ତେବେ କୁଆଖାଇ ଓଭରବ୍ରିଜ ଉପରେ ଏହି ବେଆଇନ ଚାଲାଣକୁ ଶୁକ୍ରବାର ରାତିରେ ଧରିଥିଲେ ବିଶ୍ୱହିନ୍ଦୁ ପରିଷଦ, ସ୍ଥାନୀୟ ଲୋକେ ଓ ଗୋଶାଳାର କର୍ମକର୍ତା । ଗୋରୁ ଚାଲାଣ ଓ ଏହାକୁ ନେଇ ରାସ୍ତାରେ ଉତେଜନା ସୃଷ୍ଟି ଖବର ପାଇଁ ଖଣ୍ଡଗିରି ରୁ ପିଛାକରି କୁଆଖାଇ ରେ ଧରାପଡ଼ିବା ପରେ ତିନି ଗାଡି କର୍ମଚାରୀଙ୍କୁ ଲୋକମାନେ ମିଶି ନିରଧୂମ ମାଡ ମାରିଥିଲେ। ମାଡରୁ ବର୍ତ୍ତିବାକୁ ବା ନିଜକୁ ଲୋକଙ୍କ ଆକ୍ରୋଶରୁ ବଞ୍ଚାଇବା ପାଇଁ ଜଣେ କର୍ମଚାରୀ ବ୍ରିଜ ରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିଥିବା ବେଳେ ଦୁଇଜଣଙ୍କୁ ଅତି ଅମାନୁଷିକ ବାଡ଼େଇବାଡ଼େଇ ଲୋକମାନେ ରକ୍ତାକ୍ତ କରିଦେଇଛନ୍ତି । ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ସେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଆଉ ଦୁଇଜଣ ଲୋକଙ୍କ ଆକ୍ରୋସର ଶିକାର ହୋଇଥିବା ବେଳେ ଲୋକଙ୍କ ଠାରୁ ମାଡ ଖାଇ ଗୁରୁତର ହୋଇଥିବା ବେଳେ ସେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି । ଜଣକ ନା ଶେଖ ହବିବୁଲ୍ଲା ହୋଇଥିବା ବେଳେ ଅନ୍ୟଟି ର ନାଁ ସୟଦ ଅନିଷ । ଉଭୟ କଟକ ଜିଲ୍ଲା ଗବସ୍ତର ବୋଲି କହିଛନ୍ତି।

ଘଟଣାସ୍ଥଳରେ ପୋଲିସ ପହଁଚି ୩ଜଣଂକୁ ହସ୍ପିଟାଲ ନେଇକି ଯାଇଛନ୍ତି। ଗୋଟେ ପଟେ ଚୋରାଚାଲାଣ ଆଉ ଗୋଟେ ପଟେ ଚାଲାଣକାରୀଙ୍କୁ ମାଡ ମାରିବାକୁ ନେଇ ଜାତୀୟ ରାଜପଥ ପୁରା ଯାମ ହୋଇଯାଇଥିଲା । ପାଖାପାଖି ଏକ ଘଣ୍ଟା
ଲୋକେ ଯାତାୟାତ ପାଇଁ ନାକେଦମ ହୋଇଥିଲେ। ଉପସ୍ଥିତ ଲୋକଙ୍କ ସହଯୋଗରେ ଓ ପରେ ପୋ ପୋଲିସ ପହଁଚି ଭିଡ ନିୟନ୍ତ୍ରଣ କରିଥିଲା ।

Leave a Reply

Your email address will not be published. Required fields are marked *