Pratidin TV

Odisha's Digital News Platform

୫ ମାସ ନ ପୂରୁଣୁ ଅଟଳ ସେତୁରେ ଫାଟ…କଂଗ୍ରେସ ଆଣିଲା ଦୁର୍ନୀତି ଅଭିଯୋଗ

1 min read

ମୁମ୍ବାଇରେ ନବ ନିର୍ମିତ ଅଟଳ ସେତୁର ସୃତି ହୋଇଛି ବିରାଟକାୟ ଫାଟ | ନଭି ମୁମ୍ବାଇର ଉଲୱେ ଆଡକୁ ଥିବା ରାସ୍ତାର ବେଶ କିଛି ଅଂଶ ଫାଟି ଯାଇଛି | ଏହି ସେତୁ ୫ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ | ଏହା ଦେଶର ସର୍ବବୃହତ୍ତ ସାମୁଦ୍ରିକ ସେତୁର ଆଖ୍ୟା ଦିଆଯାଇଛି | ନୂଆ କରି ଖୋଲିଥିବା ବ୍ରିଜରେ ଫାଟ ଦେଖାଯାଇଥିବାରୁ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଅଟଳ ବିହାରୀ ବାଜପେୟୀ ସେୱରି-ନହାବା ସେବା ଅଟଳ ସେତୁ ତଥା ମୁମ୍ବାଇ ଟ୍ରାନ୍ସ ହାରର୍ବର ଲିଙ୍କ (ଏମଟିଏଚଏଲ) ଭାବେ ପରିଚିତ ଏହି ରାସ୍ତା ଏବେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି | ତେବେ ବ୍ରିଜରେ ଫାଟ ସୃଷ୍ଟି ହେବ ପରେ ଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମହାରାଷ୍ଟ୍ରର କଂଗ୍ରେସ ସଭାପତି ନାନା ପାଟୋଲେ | ସେ ନିଜେ ଉକ୍ତ ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି |

ପରେ ନାନା ପାଟୋଲେ କହିଛନ୍ତି, ଆମେ ଯାହା କହୁଚୁ ତାହା କେବଳ ଅଭିଯୋଗ ନୁହେଁ ବୋଲି ନିଜେ ଏଠାରେ ପ୍ରମାଣ ଦେଖାଇବାକୁ ଆସିଛି | ଶର୍କରା ଦେଖାଇବାକୁ ଚେଷ୍ଟା କରୁଛି କି ସେ ଲ,ଲୋକମାନଙ୍କ ପାଇଁ କାମ କରୁଛି | କିନ୍ତୁ ସେମାନେ ନିଜ ପକେଟକୁ ଫୁଲ କରିବାରେ ଲାଗିଛନ୍ତି। ଆପଣମାନେ ଏଠାରେ ହୋଇଥିବା ଦୁର୍ନୀତି ଦେଖିପାରିବେ | ଲୋକମାନେ ଏବେ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ କେମିତି ହଟା ଯିବ, ତା’ର ଯୋଜନା କରିବା ଦରକାର।”

ପାଟୋଲେ କହିଛନ୍ତି, “ଏହି ବ୍ରିଜଟିକୁ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି। ଆମେ ସମସ୍ତେ ତାଙ୍କୁ ସମ୍ମାନ କରୁ। କିନ୍ତୁ ତାଙ୍କ ନାଁରେ ନିର୍ମାଣ ହୋଇଥିବା ବ୍ରିଜରେ ବି ଦୁର୍ନୀତି ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ପ୍ରଧାନମନ୍ତ୍ରୀ ମୋଦି ଏସବୁ ବିଚାରକୁ ନିଅନ୍ତୁ।”

ସୂଚନା ଆଧାରରେ, ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଏହି ସର୍ବବୃହତ୍ତ ସାମୁଦ୍ରିକ ବ୍ରିଜକୁ ଉଦଘାଟନ କରିଥିଲେ। ଭାରତ ରତ୍ନ ସମ୍ମାନରେ ସମ୍ମାନୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି। ଏହି ସେତୁ ନିର୍ମାଣ ପାଇଁ ୧୭,୮୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମୁମ୍ବାଇ ଓ ନଭି ମୁମ୍ବାଇ ମଧ୍ୟରେ ଦୂରତା ହ୍ରାସ କରିବାକୁ ଏହି ସେତକୁ ନିର୍ମାଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *