Pratidin TV

Odisha's Digital News Platform

ପ୍ରେମ ନିବେଦନ ଅସ୍ୱୀକାର କରିବାରୁ , MCA ଛାତ୍ରୀ ବେକରେ ଛୁରୀ ଭୁସିଦେଲା ପ୍ରେମିକ ।

1 min read

ପ୍ରେମ ଏକ ପ୍ରାକୃତିକ ଭାବନା ।ଏଜାକୁ ଜୋର ଜବରଦସ୍ତି କରାହୁଏନି । କାରଣ ଏହି ଅନୁଭୂତି ଆପେ ଆପେ ମଣିଷ ହୃଦୟରେ ସୃଷ୍ଟି ହୁଏ । ଏହାକୁ ବଧ୍ୟ କରି କିମ୍ବା ଜୋରଜବରସ୍ତି କରି ହୁଏ ନାହିଁ । କିନ୍ତୁ ନିକଟରେ ଜଣେ ଯୁବକ ନିଜର ଏକତରଫା ପ୍ରେମରେ ଏକ ବିଭତ୍ସ ହତ୍ୟା ଘଟାଇଛି । ଜଣେ ପାଗଳ ପ୍ରେମୀ ନିଜର ଏକତରଫା ପ୍ରେମରେ ଜଣେ ଏମସିଏ ଛାତ୍ରୀର ଜୀବନ ନେଇଛି । ଏପରି ଏକ ମାମଲା କର୍ଣ୍ଣାଟକର ହବଲିରୁ ସାମ୍ନାକୁ ଆସିଛି।

ବିଦ୍ୟାନଗର କଲେଜ ପରିସରରେ ଏହି ଘଟଣାଟି ଘଟିଛି । ନେହା ନାମକ ଜଣେ ଏମସିଏ ଛାତ୍ରୀଙ୍କ ସହ ଏଭଳି ଲୋମଟ।।ଙ୍କୁରା ଘଟଣା ଘଟିଥିଲା । ଅଭିଯୁକ୍ତ ଯୁବକ ଜଣଙ୍କ କଲେଜରେ ନେହାଙ୍କୁ ଅନେକ ଥର ପ୍ରପୋଜ କରିଥିଲା । ଯାହକୁ ନେହା ଅସ୍ୱୀକାର / ରିଜେକ୍ଟ କରିଥିଲେ । ଏଥିରେ ଅଭିଯୁକ୍ତ ଯୁବକ ଫୟାଜ୍ ନିଜ କ୍ରୋଧକୁ ଅଟକାଇ ପାରିନଥିଲେ । ସେ ।ଗରେ କଲେଜ ପରିସର ଭିତରେ ନେହାକୁ ଛୁରୀ ଭୁସିଦେଇଥିଲେ । ଫଳରେ ଉକ୍ତ ସ୍ଥାନରେ ହିଁ ନେହାଙ୍କର ମୃତ୍ୟୁ ହୋଇଯାଇଥିଲା । ଏପରି ଏକ ମାମଲା କର୍ଣ୍ଣାଟକର ହବଲିରୁ ସାମ୍ନାକୁ ଆସିଛି। ଘଟଣା ସର୍ମ୍ପକରେ ସୂଚନା ପାଇ ପୋଲିସ ସେଠାରେପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମାର୍ଟମ ପାଇଁ ପଠାଇଛି । ଅନ୍ୟପଟେ ପୋଲିସ କାର୍ଯରେ ଡେରିନକରି ତୁରନ୍ତ ଅଭିଯୁକ୍ତକୁ ବାନ୍ଧିଥିଲା ।

Advertisement

ଏହ ଘଟଣାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍ ଯେଡିୟୁରପ୍ସାଙ୍କ ପୁଅ ବିଜେପି ବିଜୟେନ୍ଦ୍ରସ୍ପା ପ୍ରତିକ୍ରିୟ।ପ୍ରକାଶ କରି କହିଛନ୍ତି ଏକ ଭୟଙ୍କର ଦୁର୍ଘଟଣାରେ କଂଗ୍ରେସ କାଉନସିଲରଙ୍କ ଝିଅ ଫୟାଜକୁ ହତ୍ୟା କରିଥିଲେ । ସେ ଆଉ ମଧ୍ୟ କହିଛନ୍ତି ଯେ ମହିଳାଙ୍କ ପ୍ରତି ହତ୍ୟା , ଆକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏଥିପ।।ଇଁ ମୁଁ ଖୁବ୍ ଦୁଃଖିତ ।

Leave a Reply

Your email address will not be published. Required fields are marked *