Pratidin TV

Odisha's Digital News Platform

ଏକ ତରଫା ପ୍ରେମର ପ୍ରତିଶୋଧ, ବାପା ପୁଅକୁ ମାରି ନାବାଳିକା ଝିଅଙ୍କୁ ଅପହରଣ କରି ଫେରାର ହେଲା ଅଭିଯୁକ୍ତ

1 min read

ମଧ୍ୟପ୍ରଦେଶ ଜବଳପୁରରେ ଘଟିଛି ଲୋମଟାଙ୍କୁରା ଘଟଣା | ଏକ ତରଫା ପ୍ରେମରେ ଘଟାଇଛି ଏପରି କାଣ୍ଡ | ପଡୋଶୀରେ ରହୁଥିବା ଜଣେ ଯୁବକ ରେଳ କର୍ମଚାରୀ ଏବଂ ତାଙ୍କ ୮ ବର୍ଷ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା | ତା’ପରେ ମୃତକ ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ ଏବଂ ବାକ୍ସରେ ଲୁଚାଇ ରଖିଦେଲା | ଏହାପରେ ମୃତକ ପରିବାରର ନାବାଳିକା ଝିଅକୁ ଅପହରଣ କରି ଫେରାର ହୋଇଯାଇଥିଲା | ପରେ ଅଭିଯୁକ୍ତ ମୋବାଇଲ ଫୋନରୁ ଭଏସ୍ ମେସେଜ୍ ପଠାଇ ଘଟଣା ସମ୍ପର୍କରେ ମୃତକଙ୍କ ଝିଅର ପରିବାରକୁ ସୂଚନା ଦେଇଥିଲା।

ତେବେ ସୂଚନା ମୁତାବକ ଜଣେ ନାବାଳିକାଙ୍କୁ ଏକତରଫା ପ୍ରେମ କରି ପସ୍କୋ ଆକ୍ଟରେ ଗିରଫ ହୋଇଥିବା ଅଭିଯୁକ୍ତ ଘଟାଇଛି ଜଘନ୍ୟ କାଣ୍ଡ। ଅଭିଯୁକ୍ତଜଣକ ଜେଲ୍‌ରୁ ଫେରିବା ପରେ ନାବାଳିକାର ପିତା ଓ ୮ ବର୍ଷୀୟ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ପରେ ନାବାଳିକା ଝିଅକୁ ଧରି ଫେରାର ହୋଇଯାଇଥିଲା | ଏହି ଘଟଣା ଜବଲପୁର ସିଭିଲ ଲାଇନ ଥାନା ଅଞ୍ଚଳରେ ଥିବା ମିଲେନିୟମ କଲୋନୀରେ ଘଟିଛି | ଏହି କଲୋନୀରେ ୫୨ ବର୍ଷୀୟ ରାଜକୁମାର ନିଜ ନାବାଳିକା ଝିଅ ଓ ୮ ବର୍ଷୀୟ ପୁଅ ସହ ରହୁଥିଲେ। ତାଙ୍କ ପଡ଼ୋଶୀ ମୁକୁଳ ସିଂ ନାମକ ଯୁବକ ରାଜକୁମାରଙ୍କ ଝିଅକୁ ହଇରାଣ କରୁଥିଲେ। ପରେ ତାଙ୍କୁ ପୋସ୍କୋ ଆକ୍ଟ ଅନୁସାରେ ଗିରଫ କରାଯାଇଥଲା | କିନ୍ତୁ ତାଙ୍କ ଭିତରେ କ୍ରୋଧ ତଃ ହିଲା | ସେ ଜେଲରୁ ମୁକୁଳିବା ପରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ |

Advertisement

ହତ୍ୟା ଘଟଣା ଦିନ, ବାପା ରାଜକୁମାର ଓ ତାଙ୍କ ପୁଅ ଏକ ଧାରୁଆ ଅସ୍ତ୍ର ରେ ହତ୍ୟା କରିଥିଲେ | ଶିଶୁଟିକୁ ହତ୍ୟା କରିବା ପରେ ତାକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜ ଭିତରେ ଭର୍ତ୍ତି କରିଦେଇଥିଲେ | ଏହାପରେ ନାବାଳିକାଙ୍କୁ ଧରି ସେଠାରୁ ଫେରାର ହୋଇ ଯାଇଥିଲା। ପରେ ନାବାଳିକାଙ୍କ ଫୋନ୍‌ରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ମେସେଜ କରି ଘରେ ରାଜକୁମାର ଓ ତାଙ୍କ ପୁଅଙ୍କ ଶବ ପଡ଼ିଥିବା ଜଣାଇଥିଲେ ମୁକୁଳ ସିଂ । ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ନାବାଳିକାକୁ ଖୋଜ ଖୋଜି କରୁଛି | ତାଙ୍କୁ ଭଲରେ ଉଦ୍ଧାର କରିବା ଏବେ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି |

Leave a Reply

Your email address will not be published. Required fields are marked *