Pratidin TV

Odisha's Digital News Platform

‘ବଲିଉଡରେ ନାହିଁ ଏକତା’…ଏଠି ଷ୍ଟାରକିଡ଼ଙ୍କୁ ମିଳେ ଅଧିକ ସୁଯୋଗ…ଇଣ୍ଡଷ୍ଟ୍ରି ଉପରେ ବଡ଼ ବୟାନ ଦେଲେ କ୍ରିତି

କ୍ରିତି ସାନନ ଆଜିକାଲି ତାଙ୍କ ଫିଲ୍ମ କ୍ର୍ୟୁ ପାଇଁ ଚର୍ଚ୍ଚାରେ ଅଛନ୍ତି | ତାଙ୍କୁ କରିନା କପୁର ଏବଂ ତବୁଙ୍କ ସହ ଫିଲ୍ମରେ ଦେଖିବାକୁ ମିଳିଥିଲା | ତାଙ୍କ ଚଳଚିତ୍ରରେ ଅଭିନୟ ପାଇଁ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିଥିଲା | ଏହି ଚଳଚିତ୍ରଟି ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିଥଲା | ଏହାପୟୁର୍ବରୁ ସେ ସାହିଦ କପୁରଙ୍କ ସହ ତେରି ବାତୋଂ ମେଂ ଏସା ଉଲଝା ଜିଆ ରେ ନଜର ଆସିଥିଲେ | ଏହା ମଧ୍ୟ ଦର୍ଶକଙ୍କୁ ଭଲ ଲାଗିଥିଲା | ହେଲେ ବର୍ତ୍ତମାନ ସେ ବଲିଉଡ ଇଣ୍ଡଷ୍ଟ୍ରି ବିଷୟରେ ମୁହଁ ଖୋଲିଛନ୍ତି | ଏବଂ ବଲିଉଡ୍ର ଏକତା ଅଭାବ ରହିଛି ବୋଲି କହିଥିଲେ |

ଚଳିତ ବର୍ଷ କ୍ରିତି ସାନନଙ୍କ ୨ଟି ଚଳଚିତ୍ର ମୁକ୍ତିଲାଵଭ କରିଥିଲା | ଉଭୟ ଚଳଚିତ୍ର ଦର୍ଶକଙ୍କୁ ଭଲ ପାଇବା ମିଳିଥିଲା | କିନ୍ତୁ ନିକଟରେ କ୍ରିତି ସାନନ ବଲିଉଡ ବିଷୟରେ ଦେଇଥିଲେ ବଡ଼ ବୟାନ | ଯଦି ସମସ୍ତେ ପରସ୍ପରକୁ ହୃଦୟରୁ ସପୋର୍ଟ କରିବେ ତେବେ ବଲିଉଡ ଇଣ୍ଡଷ୍ଟ୍ରି ଏକ ଭିନ୍ନ ସ୍ତରରେ ପହଞ୍ଚିବା | ତଥାପି ସେ ଆହୁରି ମଧ୍ୟ କହିଥିଲେ ଯେ, ବର୍ତ୍ତମାନ ଜିନିଷଗୁଡ଼ିକ ପୂର୍ବ ଅପେକ୍ଷା ବହୁତ ଭଲ ହୋଇଯାଇଛି | କିନ୍ତୁ ଅଭାବ ଦେଖିବାକୁ ମିଳିଛି | କ୍ରିତି ସାନନ କହିଥିଲେ ଯେ, ସେ ଭଲ କାମ କରନ୍ତି ନ କରନ୍ତି ନାହିଁ ତାହା ଲୋକଙ୍କ ଖୁସି ଦେଖିଲେ ଜଣାପଡିଥାଏ |

କ୍ରିତି ସାନନ ଏକ ଗଣମାଧ୍ୟମରେ କହିଥିଲେ ଯେ, “ଯଦି ଆମେ ପରସ୍ପରକୁ ଏକଜୁଟ କରିବା ଏବଂ ସମର୍ଥନ କରିବା ଆରମ୍ଭ କରିବା, ତେବେ ଆମେ ଅନ୍ୟ କେଉଁଠାରେ ରହିବୁ। ପରସ୍ପରକୁ ସମର୍ଥନ କରିବା, ପରସ୍ପରକୁ ଭଲ ଅନୁଭବ କରିବା, କରତାଳି ଦେବା ଏବଂ ପରସ୍ପରକୁ ପ୍ରଶଂସା କରିବା | ମୁଁ ଏଠାରେ ସେତେ ଏକତା ଦେଖୁନାହିଁ | ଏକ ଚଳଚ୍ଚିତ୍ର ଭଲ କାମ କଲାବେଳେ କେତେ ଲୋକ ପ୍ରକୃତରେ ଖୁସି ହୁଅନ୍ତି ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଭାବୁଛି ଏହା ଟିକିଏ ବଦଳି ଯାଉଛି, ଅନ୍ତତ, ପକ୍ଷେ, ଭବିଷ୍ୟତରେ କିଛି ପରିବର୍ତ୍ତନ ହେବ ବୋଲି ମୁଁ ଆଶା କରୁଛି। ” ଏବଂ ସେ କହିଲାବେଳେ ନିଜର ଆକ୍ଟିଂ କ୍ୟାରିଅରର ପୂର୍ବ କଥାକୁ ମନେ ପକାଇ ଭାବବିହ୍ୱଳ ହୋଇଯାଇଥିଲେ | ଏଥିସହ ବଲିଉଡ଼ରେ କଳାକାର ପିଲାମାନଙ୍କୁ ସୁଯୋଗ ମିଳେ, ଏଥିପାଇଁ ତାଙ୍କୁ ଅନେକ ସମୟରେ ନିରାଶ ହେବାକୁ ପଡ଼ିଛି ବୋଲି କହିଥିଲେ କ୍ରିତି।

ସେ ଆହୁରି କହିଥିଲେ, “ମୁଁ ଏପରି କିଛି କାମକୁ ଅପେକ୍ଷା କରିଥିଲି, ଯେଉଁଥିରେ ଜଣେ ଅଭିନେତ୍ରୀ ଭାବରେ ମୋର ସାମର୍ଥ୍ୟକୁ ଅଧିକ ପ୍ରଦର୍ଶନ କରିପାରିବି। ସବୁଠୁ ବଡ଼ କଥା ହେଉଛି କି ଆପଣଙ୍କୁ ଯେତେ ବଡ଼ ପାତ୍ର ମିଳିବ ଆପଣ ସେଥିରେ ସେତେ ଅଧିକ ପାଣି ଭରିପାରିବେ। ମୁଁ ସେହି ବଡ଼ ପାତ୍ରକୁ ଦୀର୍ଘଦିନ ଧରି ଅପେକ୍ଷା କରିଥିଲି।”

ତେବେ କ୍ରିତି ହିରୋପନ୍ତି ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ। ଏହା ପରେ ସେ ଏକାଧିକ ସିନେମାରେ ନଜର ଆସିଥିଲେ ମଧ୍ୟ ମିମି ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଏହି ସିନେମା ପାଇଁ ସେ ୬୯ତମ ନ୍ୟାସନାଲ ଫିଲ୍ମ ଆୱାଡରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିଲେ।

Leave a Reply

Your email address will not be published. Required fields are marked *