Pratidin TV

Odisha's Digital News Platform

ଗ୍ୟାସ୍ ଡେଲିଭରୀ କରୁଛନ୍ତି ରିଙ୍କୁଙ୍କର ବାପା; ବଢୁଛି ପ୍ରଶଂସକଙ୍କ ଭଲ ପାଇବା

1 min read

ନିଜ ଧୂଆଁଧାର ବ୍ୟାଟିଂ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପରିଚିତ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରିଙ୍କୁ ସିଂ|ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆରେ ସ୍ଥାନ ପାଇବି ମ୍ୟାଚ ୱିନର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ରିଙ୍କୁ | ସାମ୍ନା ଟିମ ହାତରୁ ମ୍ୟାଚ୍ ଛଡାଇ ଆଣିବାରେ ରିଙ୍କୁ ବହୁତ ମାହିର |ମାତ୍ର କିଛି ଦିନ ଭିତରେ ସେ ଇଣ୍ଡିଆ ଟିମରେ ଖାଲି ନୁହେଁ ସାରା ଭାରତରେ ନିଜର ନାଁ କରିଦେଇଛନ୍ତି |ରୀଙ୍କୁଙ୍କର ଭାଗ୍ୟ ବହୁତ କମ ଦିନରେ ବଦଳିଗଲା | ରିଙ୍କୁ ବହୁତ ଗରିବ ଘରୁ ଆସିଛନ୍ତି | ସେ ତାଙ୍କ ସଂଘର୍ଷ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି | ସେ ଯେତେ ସଫଳତା ପାଇଲେ ମଧ୍ୟ ତାଙ୍କ ବାପା ନିଜ କର୍ତ୍ତବ୍ୟ ଭୁଲି ନାହାନ୍ତି | କିଛି ଏପରି ଭିଡ଼ିଓ ଭାଇରଲ ହେବାରେ ଲାଗିଛି | ରିଙ୍କୁଙ୍କର ବାପା ଗ୍ୟାସ ଭି କରୁଥିବାର ଏହି ଭିଡ଼ିଓରେ ନଜର ଆସିଛନ୍ତି | କିନ୍ତୁ ଏହି ଭିଡ଼ିଓ କେଉଁ ସମୟରେ ହୋଇଛି ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ |

ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ରିଙ୍କୁଙ୍କ ବାପାଙ୍କୁ ଗ୍ୟାସ୍ ଡେଲିଭରୀ କରୁଥିବାର ଦେଖିବାକୁ ମିଳିଛି । ଏହିପରି ଭିଡ଼ିଓ ଦେଖି ରିଙ୍କୁ ବାପାଙ୍କର ପ୍ରଶଂସକମାନଙ୍କର ଭଲ ପାଇବା ବଢିଚାଲିଛି | ପୁଅ ବାଧିକ ରୋଜଗାର କରିଥିଲେ ମଧ୍ୟ ତାଙ୍କ ବାପା ପୂର୍ବ ପରି ତାଙ୍କ କାମ କରୁଛନ୍ତି ତାହା ପ୍ରଶଂସକ ମାନଙ୍କୁ ଆକର୍ଷିତ କରିଛି | ଆଇପିଏଲ ପୂର୍ବରୁ ରିଙ୍କୁଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନଥିଲା ।ବାପା ଗ୍ୟାସ୍ ଡେଲିଭରୀ କାମ କରୁଥିବା ବେଳେ ବଡ ଭାଇ ପ୍ରାଇଭେଟ କୋଚିଙ୍ଗ ସେଣ୍ଟରରେ ଚାକିରି କରୁଥିଲେ । ଯେଉଁଥିରେ ତାଙ୍କ ପରିବାର ପୋଷଣ ହେଉଥିଲା | ଏହି ସବୁ ପରିସ୍ଥିତିରେ ମଧ୍ୟ ରିଙ୍କୁ ବସହୁତ କଷ୍ଟରେ ତାଙ୍କ କ୍ରିକେଟ ଖେଳିଛନ୍ତି | ଏତେ କଷ୍ଟ ଥିଲେ ମଧ୍ୟ ସେ ହାର ମାନିନଥିଲେ | ସେ ତାଙ୍କ କ୍ରିକେଟ ଖେଳ ଜାରି ରଖିଥିଲେ | ବାପାଙ୍କୁ ଗ୍ୟାସ୍ ଡେଲିଭରୀ କାମ ଛାଡିବାକୁ କହିଲେ ମଧ୍ୟ ଛାଡ଼ିନଥିଲେ ବାପା |ବରଂ ସେ କହିଥିଲେ ସେ ତାଙ୍କ କାମକୁ ବହୁତ ସମ୍ମାନ କରନ୍ତି ଆଉ ଭଲପାନ୍ତି |

Advertisement

Leave a Reply

Your email address will not be published. Required fields are marked *