Pratidin TV

Odisha's Digital News Platform

କ୍ରିକେଟର ସୁରେଶ ରାଇନା ଖୋଲିଲେ ରେଷ୍ଟୁରାଣ୍ଟ , ବିଦେଶରେ ପରଷିବେ ଦେଶୀ ଖାଦ୍ୟ….

1 min read

ନୂଆଦିଲ୍ଲୀ : କ୍ରିକେଟର ପରଷିବେ ସୁସ୍ୱାଦୁ ଖାଦ୍ୟ । ଇଣ୍ଡିଆର ପୂର୍ବ କ୍ରିକେଟର ସୁରେଶ ରାଇନା ଖୋଲିଲେ ନିଜର ରେଷ୍ଟୁରାଣ୍ଟା ଏବେ ବିଦେଶୀଙ୍କ ପାଟିରେ ବାଜିବ ଭାରତୀୟ ଖାଦ୍ୟର ଛୁଙ୍କ । ଖବର ଅନୁଯାୟୀ ଭାରତୀୟ ପୂର୍ବ କ୍ରିକେଟର ସୁରେଶ ରାଇନା ନେଦରଲ୍ୟାଣ୍ଡର ରାଜଧାନୀ ଅମଷ୍ଟରଡମ୍‌ରେ ‘ରାଇନା ରେଣ୍ଟୁରାଣ୍ଟର’ ଶୁଭ ଆରମ୍ଭ କରୁଛି । ତେବେ ଆପଣଙ୍କୁ ଜଣାଇଦେବା ନିମନ୍ତେ କହୁଛୁ ଯେ ଏହା ରାଇନାଙ୍କ ପାଇଁ ଏକ ବଡ ସ୍ୱପ୍ନ ଥିଲା । ସେ ଜଣେ ଭଲ କ୍ରିକେଟର ସହ ଜଣେ ଭଲ ସେଫ୍ ମଧ୍ୟ ରାଇନା ରୋଷେଇ କରିବା ସହ ଖାଦ୍ୟକୁ ଏକ ନୂଆ ରୂପ ଦେବାକୁ ବହୁତ ଭଲପାଆନ୍ତି ଏବଂ ସେ ବହୁତ ଭଲ ରୋଷେୟା ମଧ୍ୟ ।

ତେବେ ରାଇନା ନିକଟରେ ନିଜ ଇଷ୍ଟଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ରେଷ୍ଟୁରାଣ୍ଟ ବିଷୟରେ ସୂଚନା ଦେଇଛନ୍ତି । ଏହା ସହ ସେ କ୍ୟାପଶନରେ ଲେଖିଛନ୍ତି ଯେ ଏଠାରେ ମୋ ହାତ ତିଆରି ରୋଷେଇ ମିଳିବ । ସେ ଆଉ ମଧ୍ୟ ଲେଖିଛନ୍ତି ଯେ ପୂର୍ବପରି ଆର୍ନ୍ତଜାତୀୟ ଖାଦ୍ୟ ବିସ୍ପୋରଣ ପାଇଁ ପ୍ରସ୍ତୁତ ରୁହନ୍ତୁ। ମୁଁ ବହୁତ ଉତ୍ସାହିତ ଅଛି । ମୁଁ ରାଇନା ଇଣ୍ଡିଆନ୍ ରେଷ୍ଟୁରାଣ୍ଟକୁ ଆମଷ୍ଟରଡାମ୍ ଆଣିବାକୁ ବହୁତ ଉତ୍ସାହିତ, ଯେଉଁଠାରେ ଖାଦ୍ୟ ଏବଂ ରୋଷେଇ ପ୍ରତି ମୋର ଆଗ୍ରହ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବର୍ଷ ବର୍ଷ ଧରି ତୁମେ ଖାଦ୍ୟ ପ୍ରତି ମୋର ପ୍ରେମକୁ ଦେଖିଛ ଏବଂ ମୋ ରୋଷେଇର ଦୁଃସାହସକୁ ଦେଖିବ । ବର୍ତ୍ତମାନ ଭାରତର ବିଭିନ୍ନ ସ୍ଥାନରୁ ସବୁଠାରୁ ପ୍ରାମାଣିକ ଏବଂ ପ୍ରକୃତ ସ୍ୱାଦକୁ ୟୁରୋପର ହୃଦୟରେ ପହଞ୍ଚାଇଛ । ରେଷ୍ଟୁରାଣ୍ଟର ମେନ୍ୟୁ ଫଟୋ ସେୟାର କରି ରାଇନା କହିଛନ୍ତି ଯେ ରେଷ୍ଟୁରାଣ୍ଟଟି ଭାରତୀୟ ମିଠା ସହିତ ଉତ୍ତର ଭାରତୀୟ ମସଲା ଏବଂ ଦକ୍ଷିଣ ଭାରତୀୟ ତରକାରୀରେ ବିଶେଷଜ୍ଞ ହେବ।

Advertisement

ରାଇନାଙ୍କ ରେଷ୍ଟୁରାଣ୍ଟରେ ଆପଣ ଉତ୍ତର ଭାରତର ମସଲାର ସ୍ୱାଦ ପାଇବେ । ତେବେ ରାଇନା ଙ୍କ ରେଷ୍ଟୁରାଣ୍ଟ ଫଟୋ ହୁଡିକି ପତ୍ନୀ ପ୍ରିୟଙ୍କା ମଧ୍ୟ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ ଆପଣମାନେ କେବଳ ପୂର୍ବତନ କ୍ରିକେଟରଙ୍କ କମାଲ ଦେଖିଛନ୍ତି ଏଥର କିନ୍ତୁ ଆପଣମାନେ ତାଙ୍କ ହାତର ମ୍ୟାଜିକ୍ ଦେଖିବେ ..

Leave a Reply

Your email address will not be published. Required fields are marked *