ବିସିସିଆଇର ନିଷ୍ପତ୍ତି… ମୁମ୍ବାଇ-ଦିଲ୍ଲୀରେ ଖେଳାଯାଉଥିବା ବିଶ୍ୱକପ ମ୍ୟାଚରେ ଫୁଟିବନି ବାଣ..
1 min readଫ୍ୟାନ୍ସକୁ ନିରାଶ କଲା ବିସିସିଆଇ । ଭାରତରେ ଦୀର୍ଘ ୧ମାସ ଚାଲିଛି ଦିନିକିଆ ପୁରୁଷ ବିଶ୍ୱକପ ୨୦୨୩ । ତେବେ ତାର ଭିତରେ ପ୍ରଦୂଷଣ ରୋକିବାକୁ ବିସିସିଆଇ ଏକ ବଡ ଘୋଷଣା କରିଛନ୍ତି । ଯାହାକୁ ଶୁଣି କ୍ରିକେଟ ପ୍ରେମୀଙ୍କ ଆଘାତ ଲାଗିଛି । ଆଜ୍ଞା ହଁ ମୁମ୍ବାି ଏବଂ ଦିଲ୍ଲୀରେ ହେବାକୁ ଥିବା ବିଶ୍ୱକପର କିଛିଟା ମ୍ୟାଚରେ ବାଣ ଫୁଟାଇବାକୁ ମନା କରାଯାଇଛି । ସେଠାରେ ହେଉଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଆଇସିସିକୁ ବି ଅବଗତ କରିଛି ବିସିସିଆଇ । ଦୀର୍ଘ କିଛି ଦିନ ହେଲା ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ବାୟୁ ପ୍ରଦୂଷଣ ବଢି ଯାଇଛି । ଅନ୍ୟପଯେ ମ୍ୟାଚ କଥା କହିବାକୁ ଗଲେ ଆଜି ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେଉଛନ୍ତି ।
ଏବଂ ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ଭାରତ ମୈଦାନକୁ ଓହ୍ଲାଇବ । ଯାହା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଜ ପୂର୍ବରୁ ବିସିସିଆଇ ଏଭଳି ନିଷ୍ୱତ୍ତି ନେଇଛି । ପ୍ରତି ମ୍ୟାଚର ଶେଷରେ ବାଣ ଫୁଟାଇ ଜିତି ଥିବା ଦଳକୁ ଉତ୍ସାହିତ କରାଯାଏ । ମାତ୍ର ବାୟୂ ପ୍ରଦୂଷଣ ଯୋଗୁଁ କାଲିଠାରୁ ଥିବା ମ୍ୟାଚ ଗୁଡିକରେ ଆଉ ଶେଷରେ ବାଣ ଫୁଟାଯିବ ନାହିଁ । କାଲିର ମ୍ୟାଚ ପାଇଁ ମୁମ୍ବାଇରେ ପହଞ୍ଚି ସାରିଛି ଟିମ ଇଣ୍ଡିଆ । ବିସିସିଆଇ ସଚିବ ଜୟ ଶାହା କହିଛନ୍ତି, ମୁଁ ଆଇସିସି ସହିତ ଆନୁଷ୍ଟାନିକ ଭାବେ କଥା ହୋଇ ସାରିଛି । ମୁମ୍ବାଇ ଏବଂ ନୂଆଦିଲ୍ଲୀ ମ୍ୟାଚରେ କୌଣସି ଆତସବାଜି ହେବ ନାହିଁ । ପରିବେଶ ସୁରକ୍ଷା ପାଇଁ ବୋର୍ଡ ସର୍ବଦା ପ୍ରତିଶୃତିବଦ୍ଧ ।