Pratidin TV

Odisha's Digital News Platform

ପାକିସ୍ତାନକୁ ସୋସିଆଲ ମିଡିଆରେ ଟ୍ରୋଲ କଲେ ସେହୱାଗ, ବିଶ୍ୱକପରୁ ବାଦ ପଡିବା ନେଇ ଏମିତି ଲେଖି ଦେଲେ ପ୍ରତିକ୍ରିୟା..

1 min read

ଗୁରୁବାର ବେଙ୍ଗାଲୁରୁରେ ଖେଳାଯାଇଥିଲା ଚଳିତ ବିଶ୍ୱକପର ୪୧ତମ ମ୍ୟାଚ। ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ –ଶ୍ରୀଲଙ୍କା । ତେବେ ୫ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା କିୱିଦଳ । ଏଥିସହ ଚଳିତ ବିଶ୍ୱକପ୨୦୨୩ରେ ପାକିସ୍ତାନର ଅଭିଯାନକୁ ପାଖାପାଖି ଶେଷ କରି ଦେଇଛି । ସେମିଫାଇନାଲରେ ପ୍ରବେଶ କରିବା ପାକିସ୍ତାନ ପାଇଁ ଏକ ପ୍ରକାରର ଅସମ୍ଭବ ହୋଇ ପଡିଛି । ତେବେ ଲିଗ ପର୍ଯ୍ୟାୟରେ ପାକିସ୍ତାନର କେବଳ ଇଂଲଣ୍ଡ ସହ ଆଉ ଗୋଟିଏ ମ୍ୟାଚ ବାକି ଅଛି । ପାକିସ୍ତାନକୁ ସେମିକୁ ଯିବାକୁ ଯେଉଁ ଗୋଟେ ଚାନ୍ସ ଅଛି ତାହା କରିବା ତାଙ୍କ ପକ୍ଷେ କଷ୍ଟକର ଅଟେ ।

ଏଭଳି ଅବସ୍ଥା ପରେ ସୋସିଆଲ ମିଡିଆରେ ପାକିସ୍ତନା ଦଳକୁ କଟାକ୍ଷ କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ । ପାକିସ୍ତାନ କ୍ରିକେଟ ଟିମ ଉପରେ ଅନେକ ମିମ ପ୍ରସ୍ତୁତ କରାଯାଉଛି । ଏହି ତାକିଲାରେ ସେହୱାଗ ନାଁ ମଧ୍ୟ ରହିଛି । ସେ ତାଙ୍କ ଏକ୍ସରେ ‘ବାଏ ବାଏ ପାକିସ୍ତାନ’ ଲେଖାଥିବା ଫଟୋ ପୋଷ୍ଟ କରି ଛନ୍ତି ।ଖାଲି ଏତିକି ନୁହେଁ ଏହା ସହ କ୍ୟାପସନରେ ଲେଖିଛନ୍ତି ଯେ ‘ପାକିସ୍ତାନ ଜିନ୍ଦାଭାଗ’ । ଏହି ପୋଷ୍ଟ କରିବାର କିଛି ସମୟରେ ଏହାକୁ ରିଟ୍ୱିଟ କରି ଲେଖିଛନ୍ତି ପାକିସ୍ତାନର ଏକ ଖାସ କଥା ହେଉଛି ଯେଉଁ ଦଳକୁ ପାକିସ୍ତାନ ସମର୍ତନ କରୁଛି ସେହି ଦଳ ପାକିସ୍ତାନ ଭଳି ଖେଳିବା ଆରମ୍ଭ କରି ଦେଉଛି । ଶ୍ରୀଲଙ୍କା ପାଇଁ ଦୁଃଖିତ ।’ ସେହୱାଗ ଏଭଳି ମଜାଦାର ଟ୍ୱିଟକୁ ପ୍ରଶଂସକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *