Pratidin TV

Odisha's Digital News Platform

ସୁସ୍ଥ ହେଉଛନ୍ତି ଋଷଭ ପନ୍ତ : ଦୁର୍ଘଟଣା ପରେ ସେୟାର କଲେ ପ୍ରଥମ ଫଟୋ , ଲେଖିଲେ ୱାନ ଷ୍ଟେପ୍ ..

1 min read

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଭୟଙ୍କର କାର୍ ଦୁର୍ଘଟଣାରୁ ଡିସେମ୍ବର ୩୦ ଦିନ ବର୍ତ୍ତିଯାଇଥିଲେ ଭାରତୀୟ କ୍ରିକେଟର ଋଷଭ୍ ପନ୍ତ । ଦୀର୍ଘ ୪୦ ଦିନ ଚିକିତ୍ସିତ ହେବାପରେ ଏବେ ଧିରେ ଧିରେ ସୁସ୍ଥ ଅବସ୍ଥାକୁ ଫେରୁଛନ୍ତି ପନ୍ତ । ନିକଟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ୨ ଟି ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କୁ ଏଭଳି ଖବର ଦେଇଛନ୍ତି । ନିଜ ଫଟୋ ସହ ପନ୍ତ ଏକ କ୍ୟାପସନ୍ ଦେଇଛନ୍ତି ତାହା ପ୍ରଶଂସକମାନଙ୍କ ହୃଦୟକୁ ଖୁବ୍ ଛୁଇଁଛି ।

ଚଳିତ ବର୍ଷ ପନ୍ତ ଦୁର୍ଘଟଣା କାରଣରୁ ଆଇପିଏଲ ସହ ବିଶ୍ୱକପ୍‌ରୁ ମଧ୍ୟ ବାଦ୍ ପଡିପାରନ୍ତି । ଏସବୁ ପରେ ମଧ୍ୟ ନିଜ ମନବଳ ଦୃଢ ରଖି ଆଗକୁ ବଢିବାର ବିଶ୍ୱସ ରଖିଛନ୍ତି ପନ୍ତ । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଗୋଟେ ପାଦ ଆଗକୁ, ଗୋଟେ ପାଦ ଶକ୍ତିଶାଳୀ ଓ ଗୋଟେ ପାଦ ଭଲ । ଏହି ପୋଷ୍ଟରେ ପନ୍ତଙ୍କ ଗାର୍ଲଫେଣ୍ଡ ଇଶା ନେଗୀ ମଧ୍ୟ ଖୁବ୍ ଭଲପାଇବା ବର୍ଷାଇଛନ୍ତି । ପନ୍ତଙ୍କ ସୁସ୍ଥ ହେବା ଖୁସିରେ ଇଶା ମଧ୍ୟ ସେହି ପୋଷ୍ଟରେ ରେଡ୍ ହାର୍ଟ ଇମୋଜୀ ଦେଇଛନ୍ତି ।

Advertisement

ପନ୍ତଙ୍କ ପ୍ରାରମ୍ଭିକ ଚିକିତ୍ସା ପାଇଁ ଡେରାଡୁନ ସ୍ଥିତ ମ୍ୟାକ୍ସ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । ଏହାପରେ ବିସିସିଆଇ ନିଜ ତତ୍ତ୍ୱାବଧାନରେ ପନ୍ତଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପନ୍ତ ୬ ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରରେ ରହିବେ ।

Leave a Reply

Your email address will not be published. Required fields are marked *