ମିଳିଲା ବଡ଼ ସଫଳତା ,ସାଇବର ଅପରାଧୀଙ୍କୁ ଧରିଲା କ୍ରାଇମବ୍ରାଞ୍ଚ …
1 min readବଡ ଧରଣର ସାଇବର ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ସିଆଇଡି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଆନ୍ତଃରାଜ୍ୟ ସାଇବର ଲୁଟର ୨୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୱାଟସଆପରେ Kotak Investment Club ଗ୍ରୁପ କରି ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ କରିଥିଲେ ଏହି ସାଇବର ଲୁଟେରା । ୧୦୦ ରୁ ଉର୍ଦ୍ଧ୍ବ ବ୍ୟାଙ୍କ ଆକାଉଣ୍ଟରେ ନେଇଯାଇଥିଲେ ଏହି ଲୁଟ ଟଙ୍କା । କ୍ରାଇମବ୍ରାଞ୍ଚ ଗଠନ କରିଥିବା ୭ ଟି ଟିମ ତାମିଲନାଡୁରୁ ୯ ଜଣ ଅଭିଯୁକ୍ତ, ଗୁଜୁରାଟରୁ ୮ ଓ ରାଜସ୍ଥାନରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।
ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ଅଭିଯୋଗକାରୀଙ୍କୁ ବର୍ତ୍ତମାନ ସୁଧା ୬.୮୦ ଲକ୍ଷ ଟଙ୍କା ଫେରେଇଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଶ ମିଶ୍ର ।