ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ
1 min readଚିନ୍ତାରେ ଏବେ ବବି ଦାସ | କାରଣ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଏବେ ବବିଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ | ସେହି ଅଭିଯୋଗକୁ ଏଣିକି ତଦନ୍ତ କରିବ କ୍ରାଇମବ୍ରାଞ୍ଚ | ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ନେଇ ଆଜିଠୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି |
କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଡ଼ିଏସପି ସରୋଜ କାନ୍ତ ମହାନ୍ତି ଯାଜପୁର ସାଦାରପୁର ଥାନା କେସ ନଂ ୩୩0 ର ତଦନ୍ତ ଭାର ନେଇଛନ୍ତି | ସେହିପରି ଯାଜପୁର ଟାଉନ ଥାନା କେସ ନଂ ୪୬୯ର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ବିଜିତ କୁମାର ବେହେରାଙ୍କୁ ଦିଆଯାଇଥିବା ବେଳେ ଏହି ଥାନା କେସ ନଂ ୪୭0 ର ତଦନ୍ତ ଭାର ଡ଼ିଏସପି ମମତା ଜେନାଙ୍କୁ ଦିଆଯାଇଛି | କ୍ରାଇମବ୍ରାଞ୍ଚ ସଦାର୍ଥନା ଏବଂ ଟାଉନ ଥାନାକୁ ଆସି ତଦନ୍ତ କରିବେ |
ଏହାରି ମଧ୍ୟରେ ଫସିଥିବା ବବି ଦାସଙ୍କ ମନରେ ରହିଛି ଅଦୃଶ୍ୟ ଡର | ଯଦି ଏହି ଅଭିଯୋଗ ସତ ହୋଇଥାଏ | ସବୁ କଳା ଚିଠା ବାହାର କରିଦେବ କ୍ରାଇବ୍ରାଞ୍ଚ |ଏହାପରେ ବବି ଦାସଙ୍କ ବିରୋଧରେ ହୋଇପାରେ କଡା କାର୍ଯ୍ୟାନୁଷ୍ଠାନ | ବବି ଦାସଙ୍କ ଭାଈ ଭବପ୍ରସାଦଙ୍କୁ ଗିରଫ କରିବା ପରେ ବିଜେଡି ଏହାକୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି |