Pratidin TV

Odisha's Digital News Platform

ବାଘ ଚମଡା ସହ ୪ ଜଣଙ୍କୁ ଧରିଲା STF

1 min read

ଭୁବନେଶ୍ୱର : ଗତକାଲି ସଫଳ ହୋଇଛି କ୍ରାଇମବ୍ରାଞ୍ଚଟିମ୍ । ଅନେକ ଦିନ ଧରି କିଛି ଚୋରା ବେପାରୀଙ୍କ ରୂପ ନେଇ ଚଲେଇଥିଲା ତଦନ୍ତ । ତେବେ ଗତକାଲି କନ୍ଧମାଳ ଓ ନୟାଗଡ ଜିଲ୍ଲାରେ ବାଘ ଚମଡା ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ଏସଟିଏଫ୍ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କନ୍ଧମାଳ ର ହୋଇଥିବାବେଳେ ୩ଜଣ ନୟାଗଡ ଅଞ୍ଚଳର ବୋଲି ସୂଚନା ଦେଇଛି ଏସଟିଏଫ୍ ।

ଏମାନେ ବାଘ ଓ ଅନ୍ୟ ବନ୍ୟଜନ୍ତୁଙ୍କୁ ଶିକାର କରି ମାଂସ ,ଚମଡା ବିକ୍ରି କରୁଥିଲେ । ଏମାନଙ୍କୁ ଧରାପକାଇବା ପାଇଁ ଅନେକଦିନ ଧରି ଯୋଜନା ଚଲେଇଥିଲା କ୍ରାଇମବ୍ରାଞ୍ଚ । ଏନେଇ ଏସଟିଏଫ ସେଇ ଶିକାରୀ ମାନଙ୍କ ପାଖରେ ବେପାରୀ ହୋଇ ରହିଥିଲେ । ଏବଂ ମୌକା ଦେଖି ତାଙ୍କୁ ଗତକାଲି ଧରାପକାଇ ଗିରଫ୍ କରିଥିଲେ ।ଏହାସହ ସେମାନଙ୍କଠାରୁ ୧ବନ୍ଧୁକ ,ଗୁଳି,ଧନୁ ଓ ତୀର ମଧ୍ୟ ଜବତ କରିଥିଲା ଟିମ୍ । ତେବେ ଏହାପରେ ଚୋରା ଚମଡା ବେପାର ଆଉ କେଡଁଠି କିପରି ଚାଲୁଛି ବୋଲି ଜେରାଚଲେଇଛି କ୍ରାଇମବ୍ରାଞ୍ଚ ।

Advertisement

Leave a Reply

Your email address will not be published. Required fields are marked *