କୋଲକାତା ଲଜ୍ଜା ପରେ ମୋଦିଙ୍କ ବଡ଼ ବୟାନ , ଦୋଷୀକୁ ମିଳିବ କଠୋର ଦଣ୍ଡ ..
1 min readକୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ବିଭତ୍ସ ଘଟଣା କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ବଡ଼ ବୟାନ । ମୋଦି କହିଛନ୍ତି, ମହିଳାଙ୍କ ପ୍ରତି ଅପରାଧ କ୍ଷମା ଯୋଗ୍ୟ ନୁହେଁ। ଶୋଷିତ ଯେ କେହି ବି ହେଉନା କାହିଁକି, ତାଙ୍କୁ ରକ୍ଷା କରାଯିବା ଉଚିତ ନୁହେଁ।
ଯେଉଁମାନେ ଅପରାଧୀଙ୍କୁ ସାହାଯ୍ୟ କରନ୍ତି ସେମାନଙ୍କୁ ମଧ୍ୟ କ୍ଷମା ଦେବା ଉଚିତ ନୁହେଁ। ଡାକ୍ତରଖାନା, ବିଦ୍ୟାଳୟ, କାର୍ଯ୍ୟାଳୟ ହେଉ କିମ୍ବା ଅନ୍ୟ କେଉଁ କାର୍ଯ୍ୟାଳୟ ଯେଉଁଠି ବି ଏହି ମାମଲାକୁ ନେଇ ଅବହେଳା ହେଉଛି ତା’ର ହିସାବ ହେବା ଦରକାର। ଉପର ମହଲାରୁ ତଳ ମହଲା ଯାଏଁ ସବୁଠି ଏହି ବାର୍ତ୍ତା ଯିବା ଉଚିତ ଯେ ଏହି ପାପ ଅକ୍ଷମଣୀୟ ଅଟେ। ଏକ ସମାଜ ତଥା ସରକାର ଭାବରେ ଆମର ଏହା ବଡ ଦାୟିତ୍ୱ ଯେ ଆମ ସରକାରରେ ଯେଉଁମାନେ ମହିଳାଙ୍କ ଉପରେ ଅତ୍ୟାଚାର କରଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଏନେଇ ଆଗକୁ ମଧ୍ୟ କଡା ଆଇନ୍ ଆସିବ।