Pratidin TV

Odisha's Digital News Platform

ମହିଳାଙ୍କ ଉପରେ ବଢୁଛି ଘରୋଇ ହିଂସା , ସବୁଠୁ ଆଗରେ ଉତ୍ତରପ୍ରଦେଶ ତାପରେ ..

1 min read

ନୂଆଦିଲ୍ଲୀ : ଦେଶରେ ସରୁକ୍ଷିତ ନାହାନ୍ତି ମହିଳା । ସେ କୌଣସି କାର୍ଯ୍ୟସ୍ଥଳି ବା ନିଜ ଘର , ଏବେ ସବୁଠି ହିଂସା , ଅତ୍ୟାଚାର, ରାଗର ଶିକାର ପାଲଟୁଛି ଜଣେ ମହିଳା । ତେବେ ତାର କୌଣସି ଦୋଷ ଥାଉ କି ନଥାଉ ଶେଷରେ କିନ୍ତୁ ବଳିପଡୁଛି ଜଣେ ନାରୀ । ପ୍ରତିବର୍ଷ ବଢିବାରେ ଲାଗିଛି ନାରୀମାନଙ୍କ ପ୍ରତି ହିଂସା । ନିକଟରେ ଦିଲ୍ଲୀ କାଞ୍ଝାୱାଲା ସହରରେ ଜଣେ ନିରିହି ୨୦ ବର୍ଷର ଯୁବତୀ ସହ ଯାହ ହେଲା ତାହାତ ଆମ ସଭିଙ୍କୁ ଜଣା । କେବଳ ଘର ବାହରେ ନୁହଁ ବରଂ ଘର ଭିତରେ ବି ନିଜ ଲୋକମାନଙ୍କପାଖରୁ ହିଂସାର ଶିକାର ପାଲଟିଥାଏ ମହିଳା । ୨୦୨୩ର ଆରମ୍ଭରେ ରାଷ୍ଟ୍ରିୟ ମହିଳା ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ମହିଳାଙ୍କ ଉପରେ ହୋଇଥିବା ଅଲଗା ଅଲଗା ଅପରାଧ ସମ୍ପର୍କିତ ପ୍ରାୟ ୩୦,୯୦୦ ଟି ମାମଲା ଦାୟର ହୋଇଛି । ତେବେ ଏସବୁ ଭିତରେ କେବଳ ୨୩ ପ୍ରତିଶତ ଘରୋଇ ହିଂସା ରହିଛି । ଏବଂ ଏଭଳି ଘରୋଇ ହିଂସା ଗୁଡିକ ବର୍ଷକୁ ବର୍ଷ ବଢିବାରେ ଲାଗିଛି ବୋଲି ରିପୋର୍ଟରୁ ଜଣାପଡିଛି ।

ଋିପୋର୍ଟ ଅନୁଯାୟୀ ୨୦୨୦ ରେ ମହିଳାଙ୍କ ଉପରେ ହୋଇଥିବା ଘରୋଇ ହିଂସାରେ – ୨୩,୭୦୦ ମାମଲା ରୁଜ୍ଜୁ ହୋଇଛି ।
ସେହିଭଳି ୨୦୨୧ ରେ ମହିଳାଙ୍କ ଉପରେ ହୋଇଥିବା ଘରୋଇ ହିଂସାରେ -୩୦,୮୦୦ ମାମଲା ରୁଜ୍ଜୁ ହୋଇଛି ।
୨୦୨୨ ରେ ଏହା -୩୦,୯୦୦ କୁ ବୃଦ୍ଧି ପାଇଛି ।

Advertisement

ମହିଳାଙ୍କ ଉପରେ ହୋଇଥିବା ବିଭିନ୍ନ ପ୍ରକାର ହିଂସାର ଅଭିଯୋଗ ମାମଲା–
ଦୁଷ୍କର୍ମ ଏବଂ ଦୁଷ୍ମର୍ମ ଉଦ୍ୟମ ମାମଲା-
୨୦୨୧ – ୨୩ ହଜାର ୭୦୦ ମାମଲା ରୁଜ୍ଜୁ
୨୦୨୨ – ୩୦ ହଜାର ୮୦୦
ଯୌତୁକ ହତ୍ୟା ମାମଲ-
୨୦୨୧-୩୪୭ ଟି ମମାଲା ରୁଜ୍ଜୁ
୨୦୨୨-୩୫୧
ଘରୋଇ ହିଂସା/ମାର୍‌ପିଟ୍ /ନିର୍ଯ୍ୟତନା ମାମଲା-
୨୦୨୧- ୬ ହଜାର ୬୮୪
୨୦୨୨- ୬ ହଜାର ୯୮୨
ଦେଖିବାକୁ ଗଲେ ମହିଳାଙ୍କ ଉପରେ ହେଉଥିବା ଅପରାଧ ମାମଲାରେ ୧ନଂରେ ରହିଛି ଉତ୍ତରପ୍ରଦେଶ । ସେଠାରେ ପ୍ରାୟ ଏହିଭଳି୧୬ ହଜାର ୮୭୨ଟି ମାମଲା ରୁଜ୍ଜୁ ହୋଇଥିଲା ।
ଦ୍ୱିତୀୟରେ ଦିଲ୍ଲୀ -ଦିଲ୍ଲୀରେ ଏହିଭଳି ୩ ହଜାର୪ଟି ମାମଲା ରୁଜୁ ହୋଇଛି ।
ତୃତୀୟ ସ୍ଥାନରେ ମହାରାଷ୍ଟ୍ର- ଏଠାରେ ୧ହଜାର ୩୮୧ ଟି ମାମଲା ରୁଜ୍ଜୁ ହୋଇଛି ।
ଚତୁର୍ଥ ସ୍ଥାନରେ ହରିୟାଣା –ଏଙ୍ଖାରେ ୧ହଜାର ୩୬୨ଟି ମମାଲା ରୁଜ୍ଜୁ ହୋଇଛି ।

ସେହିପରି ଦେଶର ଅନେକ ମହିଳା ନିଜ ପରିବାର , ଆତ୍ମସମ୍ମାନ ଭୟରେ ଏସବୁ ଚପାଇ ଦିଅନ୍ତୁ ବା ଲୁଚାଇ ଦିଅନ୍ତି । କିନ୍ତୁ ତା ମଧ୍ୟରୁ କିଛି ମହିଳା ନିଜ ଉପରେ ହୋଇଥିବା ଅନ୍ୟାୟର ପ୍ରତିବାଦ କରି ଅଭିଯୋଗ କରିଥାନ୍ତି ।ମୋଟ ମାମଲାର ୫୫ ପ୍ରତିଶତ ମାମଲା କେବଳ ଉତ୍ତରପ୍ରଦେଶରେ ସାମ୍ନାକୁ ଆସୁଛି । ସେହିଭଳି ରିପୋର୍ଟରୁ ଜଣାପଡିଛି ଯେ ମହିଳା ସାଇବର କ୍ରାଇମ ଏବଂ ରାଗିଂର ଶିକାର ମଧ୍ୟ ହେଉଛନ୍ତି । ଏଥିପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ପକ୍ଷରୁ ୨୪ ଘଣ୍ଟିଆ ହେଲପଲାଇନ ନଂ ଜାରି ହୋଇଛି । ଆପଣ ୭୮୨୭୧୭୦୧୭୦ ନଂକୁ କଲ କରି ଆପଣଙ୍କ ଅଭିଯୋଗ ଦାଖଲ କରିପାରିବେ ।

Leave a Reply

Your email address will not be published. Required fields are marked *