Pratidin TV

Odisha's Digital News Platform

୪ ମାସ ପରେ ଧରା ପଡିଲେ ଅପରାଧି ଚନ୍ଦନ ପାଢି

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନରେ ୪ ମାର୍ଚ୍ଚ ୨୦୨୨ ରେ ଘଟିଥିବା ଏକ ବିଭଶ୍ଚ ହତ୍ୟାକାଣ୍ଡର ହୋଇଛି ଖୁଲାସା। ତେବେ ମୁଣ୍ଡା ସାହିରେ ମୁକେଶ ଚୌଧୁରୀଙ୍କୁ କିଛି ଦୁର୍ବୁର୍ତ୍ତ ମାରି ଫିଙ୍ଗି ଦେଇଥିଲେ। ୩ ଜଣ ଏହି ଘଟଣାରେ ସଂପୃକ୍ତ ଥିବା ନେଇ ତଦନ୍ତ ପରେ ଜାଣିବାକୁ ପାଇଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ପାଢ଼ୀ ଫେରାର ଥିଲା ।

୪ ମାସ ଧରି ଘଟଣାର ତଦନ୍ତ ଚାଲିବାପରେ , ନିହାଲ ପ୍ରସାଦ ର କୁକୁଡ଼ା ଫାର୍ମ ରେ ଚନ୍ଦନ ଲୁଚିଥିବା ନେଇ ସୂଚନା ପାଇଥିଲା ପୋଲିସ । ମୁକେଶ ଚୌଧୁରୀ ଛୋଟ ମୋଟ ଚୋରି ଭଳି ଅପରାଧ ସହ ସମ୍ପୃକ୍ତ ଥିବାବେଳେ ଗଞେଇ ସେବନ ରେ ଲିପ୍ତରୁହେ । ତେବେ ଚୋରି ସାମଗ୍ରୀ ଭାଗବଣ୍ଟା କୁ ନେଇ ଗଣ୍ଡଗୋଳ ହୋଇଥିଲା ୪ ଜଣଙ୍କ ମଧ୍ୟରେ ଓ ପରେ ଏହା ହତ୍ୟାକାଣ୍ଡର ରୂପ ନେଇଥିଲା। ମୁକେଶ କୁ ହତ୍ୟା ପରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ପଢ଼ି ଫେରାର ହୋଇଯାଇ ଥିଲା । ଏହାପରେ ଅନ୍ୟ ଦୁଇ ଅଭିଯୁକ୍ତ ରଞ୍ଜନ ସାହୁ ଓ ରାଜେଶ ମହାନ୍ତି ଧରାପଡିବା ପରେ ,ନ୍ୟାୟ ଦାବିରେ ଦୁହେଁ ପୋଲିସକୁ ସହଯୋଗ କରିବା ପାଇଁ ଆସି ତଦନ୍ତକୁ ବିଭ୍ରାନ୍ତ କରୁଥିଲେ । ପୋଲିସ ଏହା ଜାଣିବା ପରେ ସେମାନଙ୍କ ସହ ଅନ୍ୟ ସହଯୋଗୀ ଙ୍କୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *